ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସଂସ୍ଥା ପାଇଁ ୱାର୍କିଂ ଆୱାର ବଢ଼ାଇଲେ ରାଜ୍ୟ ସରକାର। ଦୈନିକ ୮ ଘଣ୍ଟା ବଦଳରେ ଏଣିକି ୧୨ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା ୱାର୍କିଂ ଆୱାର ହେବ। ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ସଂଜୟ ସିଂହ।ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ […]
ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ […]
ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନିଶ୍ଚିତ କରିଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଓ ଖୋର୍ଦ୍ଧାରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ପରେ ଖୋର୍ଦ୍ଧା ଆକ୍ରାନ୍ତ ଜଣକ ମୁମ୍ବାଇବାସୀ […]
ପୁରୀ: ରଥ ନିର୍ମାଣ ନେଇ ସଂଶୟ ଦୂର ହେଲା। ୧୩ ଦିନ ବିଳମ୍ୱରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ। ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳା। ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ କାଠ ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି। ସଙ୍ଗରୋଧ ସମୟସୀମାକୁ ୧୪ ଦିନରୁ ୨୮ ଦିନକୁ ବଢ଼ାଇଛନ୍ତି ସରକାର। ଏହି ୨୮ ଦିନରୁ ୨୧ ଦିନ ସରକାରୀ କ୍ୱାରେଣ୍ଟିନରେ ବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ। ବାକି ୭ ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ। ବିଭିନ୍ନ କେସ୍ରେ ୧୪ ଦିନରେ କରୋନା ଲକ୍ଷଣ ଜଣାପଡ଼ୁନଥିବା ବିଭିନ୍ନ ଦେଖାଯାଇଛି। ତେଣୁ ଏହି […]
ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି। SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି। ଆମେରିକାର ସରକାରୀ ଲସ୍ ଆଲାମୋସ୍ […]
ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ […]
ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍ଡାଉନ୍ ଅନ୍-ଅଫ୍ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲକ୍ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ […]
ପାରାଦୀପ: ସାମାଜିକ ଦୂରତା ନିୟମ ପାଳନ ନ ହେବାରୁ ପାରାଦୀପରେ ବନ୍ଦ ହେଲା କାର୍ବନ ଫ୍ୟାକ୍ଟ୍ରି। ଲକ୍ଡାଉନ ନିୟମ ପ୍ରକାରେ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଶ୍ରମିକ ନେଇ କାମ ଆରମ୍ଭ କରିବାକୁ ସରକାର ନିୟମ କରିଥିଲେ। ତେବେ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକ ନିୟୋଜିତ କରିବା ସହ ସାମାଜିକ ଦୂରତ୍ୱ ନ ରଖିବା କାରଣରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କାର୍ବନ ଫ୍ୟକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଖାନାରେ କାମ ଆରମ୍ଭ ହୋଇଥିବା […]
ଚେନ୍ନାଇ: ତାମିଲନାଡ଼ୁର ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ କିଛି ବ୍ୟକ୍ତି ଅନ୍ୟ ଶ୍ରମିକଙ୍କୁ ପିଟୁଛନ୍ତି। ହାତରେ ବାଡ଼ି ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ମଧ୍ୟ ବାହାରୁଛି। ଆଉ କିଛି ଶ୍ରମିକଙ୍କୁ କମ୍ପାନୀ କର୍ମଚାରୀ ମାଡ଼ ମାରିଥିବା ବି ବ୍ୟକ୍ତି ଜଣକ […]
ଭୁବନେଶ୍ୱର: ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୩ ବର୍ଷର ଯୁବକ ଓ ସୁରତରୁ ଫେରିଥିଲେ ବୋଲି ସୂଚନା ଓ ଲକୋ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି। ତେବେ ଆଜି ସକାଳେ ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ […]
ପୁରୀ: କରୋନାକୁ ନେଇ ସବୁ ବିଶ୍ୱକର୍ମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସମସ୍ତଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ସେମାନଙ୍କୁ ବସ୍ ଯୋଗେ ରଥଖଳାକୁ ନିଆଯିବ। ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେବାୟତ ଓ ମହାରଣାଙ୍କୁ ଏଭଳି ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେବାୟତ ଓ ବିଶ୍ୱକର୍ମା ସେବକଙ୍କ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେହିପରି ରଥ ନିର୍ମାଣ କାଯର୍ୟକୁ ତ୍ୱରାନ୍ୱିତ କରରିବା […]
ଭୁବନେଶ୍ୱର: ସୁରତ ଟ୍ରେନ୍ ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ହାଇକୋର୍ଟ ଅର୍ଡର କଥା ନିଜେ ଆଇନ ମନ୍ତ୍ରୀ ଜାଣି ନଥିବାବେଳେ ଟ୍ରେନ ବାତିଲ ଆଦେଶ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଟେଷ୍ଟ କଥା ଲୋକଙ୍କୁ ଆଗରୁ କହିଥିଲେ ସେମାନେ ଟେଷ୍ଟ କରି ଆସିଥାନ୍ତେ। ଏବେ ସେମାନଙ୍କ ପାଖରୁ ଟଙ୍କା ସରିବା ପରେ ଟେଷ୍ଟ କଥା କହୁଛନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି। ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି […]
ନୂଆଦିଲ୍ଲୀ: କଥାରେ ଅଛି ବିପଦ ଯେତେବେଳେ ଆସେ ସବୁଆଡୁ ଏକାଥରକେ ଆସିଥାଏ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଯୁବ କ୍ରିକେଟରଙ୍କ ସହ। ତାଙ୍କ ନାଁ ସୋଲା ନକ୍ୱେନି। ଗତ ଏକ ବର୍ଷ ଧରି ଗୁଲିୟାନ୍ ବେରେ ସିଣ୍ଡ୍ରୋମ(ପ୍ରତିରକ୍ଷା ଏବଂ ସ୍ନାୟୁ ପ୍ରଣାଳୀ)ରୋଗରେ ପୀଡିତ ଥିଲେ। ଅଲରାଉଣ୍ଡର ସୋଲୋ ଲିଭର ଓ କିଡନୀ ରୋଗରେ ମଧ୍ୟ ପୀଡିତ। ବର୍ତ୍ତମାନ ସେ କରୋନା ଭାଇରସ ମହାମାରୀରେ ପଜିଟିଭ ବୋଲି ଜଣାପଡିଛି। So last year I […]
ନୂଆଦିଲ୍ଲୀ: ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କଲାଣି ମାରାତ୍ମକ କରୋନା। ସାରା ବିଶ୍ୱରେ ଏବେ ଯାଏ ୩୮ ଲକ୍ଷ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ସୁପର ପାୱାର୍ ଆମେରିକା। ପ୍ରତିଦିନ ଦେଶରେ ହଜାର ହଜାର ଲୋକେ ଆକ୍ରାନ୍ତ […]
ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ତେବେ ଦେଶରେ ଏବେ ସଂକ୍ରମଣ ସ୍ତର ଏଯାଏଁ ସର୍ବୋଚ୍ଚ ସୀମା ଛୁଇଁନଥିବା ସେ କହିଛନ୍ତି। ସେହିଭଳି ଲକ୍ଡାଉନ କରୋନା ସଂକ୍ରମଣ ରୋକିବାରେ କେତେ ପ୍ରଳପ୍ରଦ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଆସନ୍ତାକାଲି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେନ୍ଦ୍ରାପଡ଼ା ପହଞ୍ଚିବେ ୨୪ ଓଡ଼ିଆ ଛାତ୍ର ଛାତ୍ରୀ। ଏମାନେ ସମସ୍ତେ କେନ୍ଦ୍ରାପଡାର ଜବାହାର ନବୋଦୟ ବିଦ୍ୟାଳୟରୁ ରୁଦ୍ରପ୍ରୟାଗ ନବୋଦୟ ବିଦ୍ୟାଳୟକୁ ମାଇଗ୍ରେସନ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ପାଠପଢ଼ା ସରିଥିଲେ ବି ଲକ୍ଡାଉନ ଯୋଗୁ ସେମାନେ ସେଠାରେ ଫସିଯାଇଥିଲେ। ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ […]
ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ। ତେବେ ଲକଡାଉନ ନିୟମ […]
ଭୋପାଳ: କରୋନା କ୍ୱାରେଣ୍ଟାଇନ୍ ନିୟମ ପାଳନ ନ କରିବାରୁ ପୁଅକୁ ହତ୍ୟା କଲା ବାପା। ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟେକଚନ୍ଦ୍ର। କରୋନା ପାଇଁ ବାପା, ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହାପରେ ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ, ପୁଅ ହାଇଦ୍ରାବାଦରୁ ଘରକୁ ଫେରିବା ପରେ ବାପା ଭାବିଥିଲେ, ଯଦି ପୁଅ କାରୋନା […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲ ପାଞ୍ଚଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ନେଇ ଘରେ ଖୁସିର ଉତ୍ସବ ପାଳନ କରୁଥିବାବେଳେ ମହିଳାଙ୍କ ଶଶୁରଙ୍କର ହଠାତ୍ ଦେହ ଖରାପ ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତା‘ପର ଦିନ ସକାଳୁ ମଧ୍ୟ ମହିଳାଙ୍କର ଦେହ ଖରାପ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟପରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଖରେ ଏକ ଅଜବ ଧରଣର ଅପିଲ କରିଛନ୍ତି। ଏଭଳି ଅପିଲକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଜିଆବାଦର ସିଏମ୍ଓ (CMO) ନିଜେ ଜଣେ ଡାକ୍ତର ହୋଇ କିପରି ଏପରି କରିପାରୁଛନ୍ତି ବୋଲି କହିଛନ୍ତି ପାରାମେଡିକାଲ କର୍ମଚାରୀ। ସିଏମ୍ଓ କହିଛନ୍ତି, ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ସେଠାରେ କିଛି ଦିନ ରୁହନ୍ତୁ। ପରିସ୍ଥିତିର ସୁଧାର ଆସିବା ପରେ […]
କୋଲକାତା: ପଶ୍ଚିମବଙ୍ଗରେ ୯୨, ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଛନ୍ତି ମମତା ସରକାର। ସେଥିମଧ୍ୟରୁ ୮୭୦ ଜଣ ନିସ୍ୱାସ ପ୍ରଶ୍ୱାସ ନେବାର ଅସୁବିଧାର ସମ୍ମୁଖୀନ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। କରୋନା ରୋଗୀଙ୍କଠାରେ ଯେଉଁ ଲକ୍ଷଣ ଦେଖା ଦେଉଛି ଏହି ରୋଗୀମାନଙ୍କଠାରେ ବି ସମାନ ଲକ୍ଷଣ ଦେଖା ଦେଇଥିବାରୁ ଏମାନେ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଫେସ୍ବୁକ୍ ମଧ୍ୟମରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମଧ୍ୟବିତ ତଥା ଗରିବ ପରିବାରର ପିଲାମାନେ ପାଠପଢା ନେଇ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି। ତେବେ ଉତ୍ତରାଖଣ୍ଡର ଜଣେ ପୋଲିସ କର୍ମଚାରୀ ୨ ଛୋଟ ପିଲାଙ୍କୁ ପାଠ ପଢାଉଥିବାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଜିତିପାରିଛି। ଏହି ଭିଡିଓ ସୋସାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। कोरोना महामारी के इस वैश्विक संकट में हमारी […]
ୱାଶିଂଟନ: କରୋନା ଭାଇରସ୍ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଆଣବିକ ଜୀବବିଜ୍ଞାନୀ ଡ. ବିଙ୍ଗ ଲିଉଙ୍କୁ ପେନସାଲଭାନିଆରେ ଗୁଳି କରି ହତ୍ୟା କରାଯାଇଛି। ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ। ଶନିବାର ଲିଉଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ […]