ମୁମ୍ବାଇ: ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇବାକୁ ନେଇ ଦେଶବାସୀଙ୍କ ଆଗରେ ହିରୋ ସାଜିଥିବା ଅଭିନେତା ସୋନୁ ସୁଦଙ୍କୁ ଶିବସେନାର ସମାଲୋଚନା। ଦଳର ମୁଖପତ୍ର ସାମନାରେ ବ୍ୟଙ୍ଗାତ୍ମକ ଲେଖାରେ ସୋନୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ନେତା ତଥା ସାମନାର ସଂପାଦକ ସଂଜୟ ରାଉତ। ସୋନୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଓ ବିଜେପିର ପ୍ରଚାର ମଧ୍ୟ କରିପାରନ୍ତି ବୋଲି ସେ ଏଥିରେ ଲେଖିଛନ୍ତି। ମହାରାଷ୍ଟ୍ର ସରକାର ଓ ଶାସକ ଦଳ ଶିବସେନାକୁ ଆକ୍ରମଣ କରିବା ଲାଗି […]
ଭୁବନେଶ୍ୱର: କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଧ୍ୟତାମୂଳକ ଭାବେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଓଲଟା ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଛି। ସମ୍ବଲପୁରରେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ତୀବ୍ର ବିରୋଧ କରାଯାଇଛି। ସେପଟେ ପରୀକ୍ଷା ନିଷ୍ପତ୍ତି ବିରୋଧରେ ବିପିୟୁଟି ଏବଂ ରମାଦେବୀ ପିଲା ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]
ଭୁବନେଶ୍ୱର: କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଥମୁନି ବିବାଦ। କେଳେଙ୍କାରୀର ଆଉ କିଛି ତଥ୍ୟ ରଖି କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ ବିଜେପି ବି ଶାଣିତ ଆକ୍ରମଣ କରିଛି। ଯେଉଁ ମାସ୍କକୁ ଗମେଣ୍ଟ ଇ-ମାର୍କେଟପ୍ଲସ୍ରୁ ଅନ୍ୟ ରାଜ୍ୟ ଟଙ୍କାଏ ୩୪ ଓ ୨ ଟଙ୍କା ୪ ପଇସାରେ କିଣିଛନ୍ତି, ସେହି ଏକା ମାସ୍କକୁ ରାଜ୍ୟ ସରକାର ଅନ୍ୟ ସଂସ୍ଥାରୁ ୧୬ ଟଙ୍କାରେ କିଣିବା ନେଇ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା। ଜିଲ୍ଲାର ପ୍ରତି ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ପ୍ରତି ଟିମ୍ରେ ୪ ଜଣ ସଦସ୍ୟ ରହିବେ। ଖଲ୍ଲିକୋଟରେ ବିଭିନ୍ନ ଟିଏମ୍ସିର ୧୫ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଟିଏମ୍ସିରେ କାର୍ଯ୍ୟରତ ୧୨ […]
ଭୁବନେଶ୍ୱର: ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା ଲକ୍ଷଣ ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏବଂ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି। ସେପଟେ ଆଜି ଶ୍ରମିକ ଟ୍ରେନ୍ରେ ରାଉର୍କେଲାରେ ପହଞ୍ଚିଛନ୍ତି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ମଧ୍ୟରୁ ଖୋର୍ଦ୍ଧା-୩୯, ଗଜପତି-୨୩, ନୂଆପଡ଼ା୨୨, ଭଦ୍ରକରୁ ୧୭ ସୁସ୍ଥ, ନୟାଗଡ଼-୧୫, ଗଞ୍ଜାମ-୧୪, କେନ୍ଦ୍ରାପଡ଼ାରୁ ୧୦,ସୁନ୍ଦରଗଡ଼ ୬, ବାଲେଶ୍ୱରରୁ ୪, ଢେଙ୍କାନାଳ ଓ କନ୍ଧମାଳର ୯ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିଭଳି କଟକ, ବଲାଙ୍ଗିର ଓ ମାଲ୍କାନଗିରିରୁ ଦୁଇ ଜଣ ଲେଖାଏ ସୁସ୍ଥ ହୋଇଥିବା […]
ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ। ରାଜ୍ୟ ସରକାରଙ୍କର କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ଭାବେ କରୋନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କର ସୁନ୍ଦର ଉପସ୍ଥାପନ ଶୈଳୀ ଯୋଗୁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା ହେଉଥିଲା। ଏବେ ପୁଣି ଥରେ କରୋନା ମୁକାବିଲା ପାଇଁ ବଡ଼ ଆକାରରେ ଅର୍ଥ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବାଗଚୀ। ସୁବ୍ରତୋ ଓ ତାଙ୍କ ପତ୍ନୀ […]
ନୂଆଦିଲ୍ଲୀ: ପ୍ରବାସ ଫେରନ୍ତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଘରକୁ ପଠାଇବାକୁ ୧୫ ଦିନ ହେଉଛି ପର୍ଯ୍ୟାପ୍ତ ସମୟ। ଏହି ସମୟ ଭିତରେ ସମସ୍ତଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ନେଇ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅଶୋକ ଭୂଷଣ, […]
ଭୁବନେଶ୍ୱର: ଗୋଟେ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହେଉଥିବା ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି। ଆଜି ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଅଛନ୍ତି। ସେହିଭଳି ବାଲେଶ୍ୱର, ଢେଙ୍କାନାଳ ଓ […]
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ପାର୍ କରିଛି କୋଭିଡ୍-19 ମାମଲା। ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬,୯୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୬୦ ନୂଆ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୬ହଜାର ୭୫ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍ […]
ଭୁବନେଶ୍ୱର: ତିନିଟି ସଂସ୍ଥାଠୁ ୩ ପ୍ରକାର ଦରରେ କିଣା ହୋଇଛି କରୋନା ଟେଷ୍ଟ କିଟ୍। ତାହା ପୁଣି କୋଟି କୋଟି ଟଙ୍କାର ଫରକ୍। ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ମାସ୍କ ଓ ପିପିଇ କିଟ୍ କିଣାରେ ବଡ଼ ଧରଣର ହେରଫେର ସାମ୍ନାକୁ ଆସିବା ପରେ ଏବେ ଟେଷ୍ଟ କିଟ୍ ଏବଂ ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଅନୁରୂପ ଘୋଟାଲାର ଆଭାସ ମିଳିଛି। ପଢ଼ନ୍ତୁ ଆମ ତଦନ୍ତକାରୀ ରିପୋର୍ଟ ‘କରୋନା କେଳେଙ୍କାରୀ ପାର୍ଟ-୨’ ମାସ୍କ […]
ଗଜପତି: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ପାରିଲେନି ପ୍ରବାସୀ। ଜଙ୍ଗଲରେ ଦିନ କାଟୁଛନ୍ତି ୭ ଜଣ ପ୍ରବାସ ଫେରନ୍ତା। ଗଜପତି ଆର୍ ଉଦୟଗିରି ବ୍ଲକର ଖାରିପଦା ଗାଁରେ ଘଟିଛି ଏଭଳି ଘଟଣା। ଯେଉଁଠି କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଏବେ ଗାଁକୁ ଆସିବାକୁ ଏହି ୭ ଜଣଙ୍କୁ ବାରଣ କରାଯାଇଛି। ଏମାନେ ଗୁଜରାଟରୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନ୍ରେ ଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏମାନେ ଗାଁକୁ ଫେରିଥିଲେ। ହେଲେ ତାଙ୍କୁ […]
ଭୁବନେଶ୍ୱର: ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆହି ଆକ୍ରାନ୍ତଙ୍କ ସମେତ ୨ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ମଧ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିତାଂଶୁ ରାଉତ। ତେବେ ଆଜି ମଧ୍ୟାହ୍ନରେ ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣ ଆଡ଼େ ମୁହାଁଉଛି କି ଓଡ଼ିଶା? ପ୍ରତିଦିନ ଆକ୍ରାନ୍ତଙ୍କ ଭିତରୁ ନିୟମିତ ସ୍ଥାନୀୟ ସଂକ୍ରମିତ ବାହାରୁ ଥିବାରୁ ତାକୁ ନେଇ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠିଛି। କିଛି ସ୍ଥାନରେ ‘କରୋନା’ ଯୋଦ୍ଧା ଭାବେ ପରିଗଣିତ ସରପଞ୍ଚ, ଶିକ୍ଷକ, ଆଶା ଓ ଅଙ୍ଗନବାଡ଼ୀ କର୍ମୀ ସଂକ୍ରମିତ ହେବା ଖବର ସରକାରଙ୍କ ଚିନ୍ତା ବଢ଼ାଇଛି। ଗତ ତିନି ଦିନରେ ୪୫ ଜଣ ସ୍ଥାନୀୟ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। […]
ଝାରସୁଗୁଡ଼ା: କରୋନାକୁ ମାତ୍ ଦେଇଛି ବର୍ଷକର ଶିଶୁ। ମହାମାରୀ କରୋନାକୁ ହରାଇବା ପରେ ଘରକୁ ଫେରିଛନ୍ତି ଦୁଇ କଅଁଳା ପିଲା। ଆଉ ଏହି ସମୟରେ ଶିଶୁଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଝାରସୁଗୁଡ଼ା ମଙ୍ଗଳ ବଜାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୋଟିଏ ପରିବାରର ବର୍ଷକର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ଘରକୁ ଫେରିବା ପରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଛି। ଓଡ଼ିଶାରେ କରୋନାର କେଉଁ ଭୂତାଣୁ ଆସିଛି, ତାହାର ଜେନେଟିକ୍ ପରୀକ୍ଷା ହେବ। ଏଥିପାଇଁ ୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଜେନେଟିକ୍ ଷ୍ଟଡି ଆରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ ଏହି ଷ୍ଟଡି ଆରମ୍ଭ ହୋଇଛି। ଏହି ପରୀକ୍ଷା ୨ ଶହ ସାମ୍ପଲ ପରୀକ୍ଷା ହେବ। ୨ ସପ୍ତାହରେ ରିପୋର୍ଟ ଆସିବ। ଭାଇରସ କେଉଁଠୁ ଆସିଛି ଓ ଏହା କେଉଁ କାଟେଗୋରୀର ଏହି […]
ନୂଆଦିଲ୍ଲୀ: କ୍ରମାଗତଭାବେ ଚତୁର୍ଥ ଦିନ ଧରି ଦେଶରେ ୮ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୮ ହଜାର ୧୭୧ ଜଣ ନୂଆ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥି ସହ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୯୮ରେ ପହଞ୍ଚିଛି। ସେପଟେ ସଂକ୍ରମିତ ବ୍ୟକ୍ତିଙ୍କ […]
ପାଟନା: ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ କ୍ୱାରେଣ୍ଟାଇନ୍ର ଅବଧି ପୂରଣ କରି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାଗଣା କଣ୍ଡୋମ ବାଣ୍ଟୁଛନ୍ତି ବିହାର ସରକାର। ଏନେଇ ମଙ୍ଗଳବାର ବିହାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮.୭୭ ଲକ୍ଷ ପ୍ରବାସୀ କ୍ୱାରେଣ୍ଟିନ୍ ଅବଧି ପୂରଣ କରି ଘରକୁ ଫେରିଥିବା ବେଳେ ଏବେବି ୫.୩୦ ଲକ୍ଷ ଲୋକ ସରକାରୀ କ୍ୱାରେଣ୍ଟିନ୍ରେ ରହିଛନ୍ତି। ତେବେ ଅନିଚ୍ଛାକୃତ ଗର୍ଭଧାରଣକୁ ଏଡ଼ାଇବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ବିହାର ସରକାରଙ୍କ […]
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଶେଷ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି। ଏବେ ଦେଶରେ ୮୯ ହଜାର ୯୯୫ ଆକ୍ଟିଭ୍ କେସ୍ ଥିବା ସହ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସାରି ବି ଘରକୁ ଫେରିପାରୁନି ପ୍ରବାସୀ। କେଉଁଠି ଗାଁ ଲୋକଙ୍କ ବିରୋଧ, ଆଉ କେଉଁଠି କୋଭିଡ୍ ଟେଷ୍ଟ ହୋଇନଥିବାରୁ ପରିବାରରେ ସଂକ୍ରମଣର ଭୟ। ଖାସ୍ ଏଇଥିପାଇଁ କ୍ୱାରେଣ୍ଟିନ୍ ସମୟ ସୀମା ଶେଷ କରି ବି ରାଜ୍ୟର ଅନେକ ସ୍ଥାନରେ ନିଜ ପିଲା ପରିବାର ପାଖକୁ ଯାଇ ପାରୁନାହାନ୍ତି ଶହ ଶହ ପ୍ରବାସ ଫେରନ୍ତା। ଏନେଇ ବିରୋଧୀ ସରକାରଙ୍କ ଟେଷ୍ଟିଂ ନୀତିକୁ ଦାୟୀ କରିଥିବା ବେଳେ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସଙ୍ଗରୋଧର ସମୟ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସୁସ୍ଥମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ୧୭, ଗଞ୍ଜାମରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ ଏବଂ ଯାଜପୁରରୁ ୫ ସୁସ୍ଥ ହୋଇଛନ୍ତି। ସେହିଭଳି ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଓ ଅନୁଗୁଳ, ଜଗତସିଂହପୁରରୁ ୨ ଜଣ […]
ଭୁବନେଶ୍ୱର: ରାଜଧାନୀରେ ବାଇକ୍ ଲୁଟେରାଙ୍କ ଦୌରାତ୍ମ୍ୟ। ରାତି ଅଧରେ ଗେଟ୍ ଭାଙ୍ଗି ନେଇଗଲେ ବାଇକ୍। ଭୁବନେଶ୍ୱର ପାତ୍ରପଡ଼ାର ଉଦୟଗିରି ବିହାରରେ ଏହି ଘଟଣା ଘଟିଛି। ଚୋରଟି କିଭଳି ବାଇକ୍ ନେଇ ଛୁ ମାରୁଛି ତା ପୂରା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ୨ଜଣ ଚୋର ପାଚେରି ଡେଇଁ କ୍ୟାମ୍ପସ୍ରେ ପଶି ଗେଟ୍ ଭାଙ୍ଗିଥିଲେ। ଏହାପରେ ବାଇକ୍ଟିକୁ ନେଇ ପଳାଇଥିଲେ। ସବୁଠୁ ବଡ଼ କଥା ହେଉଛି, ଏବେ ରାତ୍ରିକାଳୀନ କର୍ଫ୍ୟୁ ଚାଲିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି […]