• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

podf
ଖାଇବାକୁ ମିଳିଲାନି; ତାଳଚେରରୁ ଚାଲିଚାଲି ଛତିଶଗଡ଼ ଫେରିଲେ ଶ୍ରମିକ

ରେଢ଼ାଖୋଲ: ତାଳଚେରରୁ ଚାଲି ଚାଲି ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି ୮ ଶ୍ରମିକ। ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ରେଢ଼ାଖୋଲ ଠାରେ ପହଂଚିଥିଲେ ଏମାନେ। ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ନମିଳିବାରୁ ୨ ଦିନ ହେଲା ଚାଲିବା ଆରମ୍ଭ କରିଛନ୍ତି ଏହି ଶ୍ରମିକମାନେ। ଯେଉଁ କଂପାନୀରେ ଏମାନେ କାମ କରୁଥିଲେ, ସେଠି ଦରମା ନଦେବା ସହ ଖାଇବାକୁ ନିମିଳିବାରୁ ଏମାନେ ପଳାଇ […]

  • Monday, 26 July 2021
as
ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ

ବାଲେଶ୍ୱର: ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ। ବାଲେଶ୍ୱର ରେମୁଣା ନିକଟରେ ଅଟକି ରହିଛନ୍ତି ୬୦ରୁ ଅଧିକ ଶ୍ରମିକ। ଗତକାଲି ବିଳମ୍ବିତ ରାତିରେ ଗଂଜାମରୁ ଏହି ଶ୍ରମିକମାନେ ବାହାରି ଜାତୀୟ ରାଜପଥରେ ଏକ ମାଲବାହୀ ଗାଡ଼ିରେ ଉଠି ପଳେଇ ଆସିଥିଲେ। ଆଜି ସକାଳେ ୫ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ରେମୁଣା ଗୋଲେଇରେ ଓହ୍ଲାଇ ଚାଲି ଚାଲି ବିଭିନ୍ନ ଗାଁ ଭିତର ଦେଇ ମୟୁରଭଂଜ ଜିଲ୍ଲା ଅଭିମୁଖେ ବାହାରିଥିଲେ। ତେବେ ଲୋକେ […]

  • Monday, 26 July 2021
old
ପଞ୍ଚାୟତ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ: ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମାଣିତରା ପଞ୍ଚାୟତ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ବ୍ୟାପିବା ଭୟକୁ ନେଇ ଶଟଡାଉନ ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ […]

  • Monday, 26 July 2021
w
ବିଶାଖାପାଟନମ୍‌ରୁ ଚାଲିଚାଲି ଆସି ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ଶ୍ରମିକ

ଭୁବନେଶ୍ୱର: ବିଶାଖାପାଟନମ୍‌ରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରକୁ ଫେରୁଛନ୍ତି ୪ ଶ୍ରମିକ। ବିଶାଖାପାଟନମ୍‌ଏକ କନଷ୍ଟ୍ରକସନ୍ କଂପାନୀରେ ଏମାନେ କାମ କରୁଥିବାବେଳେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଗୋଟେ ପଟେ କରୋନା ଭୟ, ଅନ୍ୟପଟେ ଗ୍ୟାସ୍ ଲିକ୍ ଘଟଣାରେ ଭୟଭୀତ ହୋଇ ଏହି ଶ୍ରମିକମାନେ ଚାଲି ଚାଲି ବିଶାଖାପାଟନମ୍‌ରୁ ବାହାରି ଆଜି ତୃତୀୟ ଦିନରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି। ରାସ୍ତାରେ ଏକ ଟ୍ରଲର୍ ରେ କିଛି ବାଟ ଆସିଥିବାବେଳେ ପୋଲିସ ଭୟରେ ଡ୍ରାଇଭର୍ ସେମାନଙ୍କୁ ଓହ୍ଲାଇ ଦେଇଥିଲେ। ତେବେ […]

  • Monday, 26 July 2021
china
ଦେଶର କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି

ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍‌ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍। ସେହିଭଳି ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ୧୨ ଶହ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୧୬ ହଜାର […]

  • Monday, 26 July 2021
dsd
ବଢ଼ିଲା ୱାର୍କିଂ ଆୱାର: ଦୈନିକ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସଂସ୍ଥା ପାଇଁ ୱାର୍କିଂ ଆୱାର ବଢ଼ାଇଲେ ରାଜ୍ୟ ସରକାର। ଦୈନିକ ୮ ଘଣ୍ଟା ବଦଳରେ ଏଣିକି ୧୨ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା ୱାର୍କିଂ ଆୱାର ହେବ। ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ସଂଜୟ ସିଂହ।ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ […]

  • Monday, 26 July 2021
erw
ଏଣିକି ବିନା କୋଭିଡ୍‌ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ

ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ […]

  • Monday, 26 July 2021
salod
ମତ ବଦଳାଇଲେ ସରକାର: ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦

ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନିଶ୍ଚିତ କରିଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଓ ଖୋର୍ଦ୍ଧାରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ପରେ ଖୋର୍ଦ୍ଧା ଆକ୍ରାନ୍ତ ଜଣକ ମୁମ୍ବାଇବାସୀ […]

  • Monday, 26 July 2021
v
ଆଜି କେମିତି ହେଲା ରଥ କାମ ?

ପୁରୀ: ରଥ ନିର୍ମାଣ ନେଇ ସଂଶୟ ଦୂର ହେଲା। ୧୩ ଦିନ ବିଳମ୍ୱରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ। ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳା। ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ କାଠ ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା […]

  • Monday, 26 July 2021
subrat
ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି। ସଙ୍ଗରୋଧ ସମୟସୀମାକୁ ୧୪ ଦିନରୁ ୨୮ ଦିନକୁ ବଢ଼ାଇଛନ୍ତି ସରକାର। ଏହି ୨୮ ଦିନରୁ ୨୧ ଦିନ ସରକାରୀ କ୍ୱାରେଣ୍ଟିନରେ ବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ। ବାକି ୭ ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ। ବିଭିନ୍ନ କେସ୍‌ରେ ୧୪ ଦିନରେ କରୋନା ଲକ୍ଷଣ ଜଣାପଡ଼ୁନଥିବା ବିଭିନ୍ନ ଦେଖାଯାଇଛି।  ତେଣୁ ଏହି […]

  • Monday, 26 July 2021
s
ଅଧିକ ବିପଜ୍ଜନକ ହେଉଛି କରୋନା: ବାରମ୍ବାର ବଦଳାଉଛି ଲକ୍ଷଣ

ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି। SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି। ଆମେରିକାର ସରକାରୀ ଲସ୍ ଆଲାମୋସ୍ […]

  • Monday, 26 July 2021
odisha
ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି କରୋନା; ପୁଣି ୨୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଆଜି ସକାଳେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ […]

  • Monday, 26 July 2021
rahul
କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ: ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍‌ଡାଉନ୍ ଅନ୍‌-ଅଫ୍‌ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲକ୍‌ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ […]

  • Monday, 26 July 2021
pd
ସାମାଜିକ ଦୂରତା ନିୟମ ନ ମାନିବାରୁ ବନ୍ଦ ହେଲା ଫ୍ୟାକ୍ଟ୍ରି

ପାରାଦୀପ: ସାମାଜିକ ଦୂରତା ନିୟମ ପାଳନ ନ ହେବାରୁ ପାରାଦୀପରେ ବନ୍ଦ ହେଲା କାର୍ବନ ଫ୍ୟାକ୍ଟ୍ରି। ଲକ୍‌ଡାଉନ ନିୟମ ପ୍ରକାରେ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଶ୍ରମିକ ନେଇ କାମ ଆରମ୍ଭ କରିବାକୁ ସରକାର ନିୟମ କରିଥିଲେ। ତେବେ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକ ନିୟୋଜିତ କରିବା ସହ ସାମାଜିକ ଦୂରତ୍ୱ ନ ରଖିବା କାରଣରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କାର୍ବନ ଫ୍ୟକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଖାନାରେ କାମ ଆରମ୍ଭ ହୋଇଥିବା […]

  • Monday, 26 July 2021
ଦ୍ଗୋ
ତାମିଲ୍‌ନାଡୁରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

ଚେନ୍ନାଇ: ତାମିଲନାଡ଼ୁର ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ କିଛି ବ୍ୟକ୍ତି ଅନ୍ୟ ଶ୍ରମିକଙ୍କୁ ପିଟୁଛନ୍ତି। ହାତରେ ବାଡ଼ି ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ମଧ୍ୟ ବାହାରୁଛି। ଆଉ କିଛି ଶ୍ରମିକଙ୍କୁ କମ୍ପାନୀ କର୍ମଚାରୀ ମାଡ଼ ମାରିଥିବା ବି ବ୍ୟକ୍ତି ଜଣକ […]

  • Monday, 26 July 2021
coronavirus
ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୩ ବର୍ଷର ଯୁବକ ଓ ସୁରତରୁ ଫେରିଥିଲେ ବୋଲି ସୂଚନା ଓ ଲକୋ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି। ତେବେ ଆଜି ସକାଳେ ରାଜ୍ୟରେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ […]

  • Monday, 26 July 2021
sdffd
ସେବାୟତ ଓ ବିଶ୍ୱକର୍ମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରସ୍ତାବ

ପୁରୀ: କରୋନାକୁ ନେଇ ସବୁ ବିଶ୍ୱକର୍ମାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସମସ୍ତଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ସେମାନଙ୍କୁ ବସ୍‌ ଯୋଗେ ରଥଖଳାକୁ ନିଆଯିବ। ସେବାୟତମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେବାୟତ ଓ ମହାରଣାଙ୍କୁ ଏଭଳି ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେବାୟତ ଓ ବିଶ୍ୱକର୍ମା ସେବକଙ୍କ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେହିପରି ରଥ ନିର୍ମାଣ କାଯର୍ୟକୁ ତ୍ୱରାନ୍ୱିତ କରରିବା […]

  • Monday, 26 July 2021
fish
ଜୁଏଲଙ୍କ ପ୍ରଶ୍ନ; ସୁରତ ଟ୍ରେନ୍‌ ବାତିଲ୍‌ ନିର୍ଦ୍ଦେଶ ଦେଲା କିଏ ?

ଭୁବନେଶ୍ୱର: ସୁରତ ଟ୍ରେନ୍‌ ବାତିଲ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ହାଇକୋର୍ଟ ଅର୍ଡର କଥା ନିଜେ ଆଇନ ମନ୍ତ୍ରୀ ଜାଣି ନଥିବାବେଳେ ଟ୍ରେନ ବାତିଲ ଆଦେଶ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଟେଷ୍ଟ କଥା ଲୋକଙ୍କୁ ଆଗରୁ କହିଥିଲେ ସେମାନେ ଟେଷ୍ଟ କରି ଆସିଥାନ୍ତେ। ଏବେ ସେମାନଙ୍କ ପାଖରୁ ଟଙ୍କା ସରିବା ପରେ ଟେଷ୍ଟ କଥା କହୁଛନ୍ତି। […]

  • Monday, 26 July 2021
corona ambulance
୪୫ ଆମ୍ୱୁଲାନ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି। ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ  ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି […]

  • Monday, 26 July 2021
cricket
ବୟସ ୨୬, ଲିଭର ଓ କିଡ଼ନୀ ରୋଗରେ ପୀଡିତ, ଏବେ ସେ କରୋନାରେ ପଜିଟିଭ

ନୂଆଦିଲ୍ଲୀ: କଥାରେ ଅଛି ବିପଦ ଯେତେବେଳେ ଆସେ ସବୁଆଡୁ ଏକାଥରକେ ଆସିଥାଏ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଯୁବ କ୍ରିକେଟରଙ୍କ ସହ। ତାଙ୍କ ନାଁ ସୋଲା ନକ୍ୱେନି। ଗତ ଏକ ବର୍ଷ ଧରି ଗୁଲିୟାନ୍‌ ବେରେ ସିଣ୍ଡ୍ରୋମ(ପ୍ରତିରକ୍ଷା ଏବଂ ସ୍ନାୟୁ ପ୍ରଣାଳୀ)ରୋଗରେ ପୀଡିତ ଥିଲେ। ଅଲରାଉଣ୍ଡର ସୋଲୋ ଲିଭର ଓ କିଡନୀ ରୋଗରେ ମଧ୍ୟ ପୀଡିତ। ବର୍ତ୍ତମାନ ସେ କରୋନା ଭାଇରସ ମହାମାରୀରେ ପଜିଟିଭ ବୋଲି ଜଣାପଡିଛି। So last year I […]

  • Monday, 26 July 2021
corona
ରୋକିପାରୁନି ଆମେରିକା, କିନ୍ତୁ କିଛି ମାତ୍ରାରେ କରୋନା ଉପରେ କାବୁ ପାଇଲା ଏହି ଦେଶ

ନୂଆଦିଲ୍ଲୀ: ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କଲାଣି ମାରାତ୍ମକ କରୋନା। ସାରା ବିଶ୍ୱରେ ଏବେ ଯାଏ ୩୮ ଲକ୍ଷ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ସୁପର ପାୱାର୍ ଆମେରିକା। ପ୍ରତିଦିନ ଦେଶରେ ହଜାର ହଜାର ଲୋକେ ଆକ୍ରାନ୍ତ […]

  • Monday, 26 July 2021
guleria
କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ତେବେ ଦେଶରେ ଏବେ ସଂକ୍ରମଣ ସ୍ତର ଏଯାଏଁ ସର୍ବୋଚ୍ଚ ସୀମା ଛୁଇଁନଥିବା ସେ କହିଛନ୍ତି। ସେହିଭଳି ଲକ୍‌ଡାଉନ କରୋନା ସଂକ୍ରମଣ ରୋକିବାରେ କେତେ ପ୍ରଳପ୍ରଦ […]

  • Monday, 26 July 2021
ଏଊହ୍‌ଆଲୂ
ଉତ୍ତରାଖଣ୍ଡରେ ଫସିଥିଲେ, ବୈଜୟନ୍ତଙ୍କ ଉଦ୍ୟମରେ ଏବେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ପରେ ଆସନ୍ତାକାଲି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରୁ କେନ୍ଦ୍ରାପଡ଼ା ପହଞ୍ଚିବେ ୨୪ ଓଡ଼ିଆ ଛାତ୍ର ଛାତ୍ରୀ। ଏମାନେ ସମସ୍ତେ କେନ୍ଦ୍ରାପଡାର ଜବାହାର ନବୋଦୟ ବିଦ୍ୟାଳୟରୁ ରୁଦ୍ରପ୍ରୟାଗ ନବୋଦୟ ବିଦ୍ୟାଳୟକୁ ମାଇଗ୍ରେସନ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ପାଠପଢ଼ା ସରିଥିଲେ ବି ଲକ୍‌ଡାଉନ ଯୋଗୁ ସେମାନେ ସେଠାରେ ଫସିଯାଇଥିଲେ। ଛାତ୍ର ଛାତ୍ରୀଙ୍କ ଅବିଭାବକ ମାନେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ସହ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ […]

  • Monday, 26 July 2021
ernakumal
ଘରକୁ ଫେରିବା ପାଇଁ ଆନ୍ଦୋଳନରତ ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍‌ର ଲାଠି ମାଡ଼

ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ। ତେବେ ଲକଡାଉନ ନିୟମ […]

  • Monday, 26 July 2021
police
କ୍ୱାରେଣ୍ଟିନ୍‌ ନିୟମ ନମାନିବାରୁ ପୁଅକୁ ହତ୍ୟା

ଭୋପାଳ: କରୋନା କ୍ୱାରେଣ୍ଟାଇନ୍‌ ନିୟମ ପାଳନ ନ କରିବାରୁ ପୁଅକୁ ହତ୍ୟା କଲା ବାପା। ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟେକଚନ୍ଦ୍ର। କରୋନା ପାଇଁ ବାପା, ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହାପରେ ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ, ପୁଅ ହାଇଦ୍ରାବାଦରୁ ଘରକୁ ଫେରିବା ପରେ ବାପା ଭାବିଥିଲେ, ଯଦି ପୁଅ କାରୋନା […]

  • Monday, 26 July 2021