ଭୁବନେଶ୍ୱର: ଖୋଦ୍ ରାଜଧାନୀରେ କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଅସମ୍ମାନ ଅଭିଯୋଗ ହୋଇଛି। ଗାଁରେ ତାଙ୍କ ପରିବାରକୁ ପୂରାଇ ନ ଦେବାରୁ କାରରେ ରାତିସାରା ରହିଲେ ଡାକ୍ତରାଣୀ। ଏପରିକି ଲୋକେ ଡାକ୍ତରାଣୀଙ୍କୁ ଢେଲା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହାଇଦ୍ରାବାଦରୁ ଫେରିଥିବା ଆୟୁର୍ବେଦିକ ମହିଳା ଡାକ୍ତର ରାକ୍ଷୀ ସିଂ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା। କରୋନା ଯୁଦ୍ଧରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ […]
ଚେନ୍ନାଇ: ଲକ୍ଡାଉନ୍ ନିୟମ କୋହଳ କରିବେ ତାମିଲନାଡୁ ସରକାର। ମେ ୧୧ ତାରିଖଠାରୁ କଣ୍ଟେନମେଣ୍ଟ ଜୋନ୍ ହୋଇନଥିବା ଅଞ୍ଚଳରେ ଖୋଲିବ କିଛି ଦୋକାନ। କେଉଁ ଦୋକାନ ଖୋଲିବ କେଉଁଟା ଖୋଲିବନି, ତାର ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର। ସେଗୁଡ଼ିକ ହେଲା- ଚା ଦୋକାନ, ବେକେରି, ହୋଟେଲ୍, ଗ୍ରୋସେରୀ ଷ୍ଟୋର, ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଦୋକାନ, ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ବିକ୍ରି ଓ ମରାମତି ଦୋକାନ, ଯଥା କମ୍ପ୍ୟୁଟର୍ ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ […]
ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୩ଟା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ଆଲୋଚନା ହେବ। ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ମୁକାବିଲା ପାଇଁ ଭବିଷ୍ୟତରେ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ବି ଆଲୋଚନା ହେବ। ଏହାକୁ ମିଶାଇ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କରୋନା ମୁକାବିଲା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। […]
ନୂଆଦିଲ୍ଲୀ: ୫ ଜଣ ବିମାନ ଚାଳକଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ ହୋଇଛି। ଗତକାଲି ୭୭ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ମଧ୍ୟରୁ କାହା ଠାରେ ବି କରୋନା ଲକ୍ଷଣ ଦେଖାଯାଇ ନଥିଲା। ଏମାନେ କାର୍ଗୋ ଫ୍ଲାଇଟ୍ରେ ଚାଇନାର ଗୁଆନ୍ଝୋକୁ ଉଡ଼ାଣ ଭରିଥିଲେ। ଏମାନେ ସମସ୍ତେ ମୁମ୍ବାଇର ବୋଲି ଜଣା ପଡ଼ିଛି। ଲକ୍ଡାଉନ୍ ସମୟରେ ସମସ୍ତ ପରିବନ ବନ୍ଦ ରହିଥିବା ବେଳେ ସରକାର ବିମାନ […]
ଟିଟିଲାଗଡ଼: ଟିଟିଲାଗଡ଼ ସହରରେ କାଲି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗାଇଲା ପ୍ରଶାସନ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଆଦେଶମତେ ଏହି କର୍ଫ୍ୟୁ ଜାରି ହୋଇଛି। ଏହି ସମୟ ଭିତରେ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରି ବାହାରକୁ ଆସିଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର ପାନଭିଲରୁ ଆସନ୍ତାକାଲି ସ୍ପେଶାଲ ଟ୍ରେନ ଆସୁଛି ପ୍ରବାସୀ ଓଡ଼ିଆ। ଏହି ଟ୍ରେନ୍ରୁ ଶତାଧିକ ଶ୍ରମିକ କାଲି ଟିଟିଲାଗଡ଼ ଷ୍ଟେସନରେ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସ୍ପିଡ୍ରେ ମାଡ଼ି ଚାଲିଛି କରୋନା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢ଼ିଯାଇଛି। କରୋନା ମୁକାବିଲା ବ୍ୟବସ୍ଥା ତଦାରଖ ପାଇଁ ଗଞ୍ଜାମ ଗସ୍ତରେ ୭ ଜଣିଆ ଟିମ୍। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଉଥିବା ବେଳେ, ସେଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO, ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସେମାନେ କଣ୍ଟେନମେଣ୍ଟ କଟକଣା, କରୋନା ସ୍ଥିତି ନୀରିକ୍ଷଣ ଓ ଚିକିତ୍ସା […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଇଁଲାଣି। ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ସହ ଏହି ସଂଖ୍ୟା ୫୯ ହଜାର ୬୬୨ରେ ପହଂଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ୨ ହଜାର ପାଖାପାଖି ହେଲାଣି। ୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ଏକ ହଜାର ୯୮୧ ଛୁଇଁଛି। ଦେଶରେ ଏବେ ଯାଏଁ ୧୭ ହଜାର ୮୪୬ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୩୯ ହଜାର […]
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଣି ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସିବାକୁ ଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଗଞ୍ଜାମ ଓ ଭଦ୍ରକରେ ଥିବା […]
ଭୁବନେଶ୍ୱର: ରାଜ୍ୟରେ କ୍ୱାରେଣ୍ଟିନ କେନ୍ଦ୍ରରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ରିପୋର୍ଟ ତଲବ କରିଛି। ରିପୋର୍ଟ ଆସିଲେ ସେହି ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଦୁଇଟି କ୍ୱାରେଣ୍ଟିନ ସେଣ୍ଟରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କୋଭିଡ ସେଣ୍ଟରରେ ୨୧ ବର୍ଷୀୟ ଯୁବକ ଜଣକ ଶୌଚ ପାଇଁ […]
ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୫୯ ହଜାର ୬୬୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ। ଦେଶରେ କରୋନାସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସ୍ଥାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ତଥାପି ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ କରୋନା ମୃତ୍ୟୁ ହାର ବର୍ତ୍ତମାନ ୩ ଦଶମିକ ୩ ପ୍ରତିଶତ ରହିଥିବା ବେଳେ […]
ରେଢ଼ାଖୋଲ: ତାଳଚେରରୁ ଚାଲି ଚାଲି ନିଜ ଗାଁ ଛତିଶଗଡ଼ ବିଳାସପୁରକୁ ଯାଉଛନ୍ତି ୮ ଶ୍ରମିକ। ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୧୫୦ କିଲୋମିଟର ଚାଲିଚାଲି ରେଢ଼ାଖୋଲ ଠାରେ ପହଂଚିଥିଲେ ଏମାନେ। ନିଜ ଗାଁକୁ ଯିବାକୁ ମୋବାଇଲରେ ରେଜିଷ୍ଟ୍ରେସନ କରିଥିବା ସତ୍ତ୍ୱେ ଛତିଶଗଡ଼ରୁ କୌଣସି ସହଯୋଗ ନମିଳିବାରୁ ୨ ଦିନ ହେଲା ଚାଲିବା ଆରମ୍ଭ କରିଛନ୍ତି ଏହି ଶ୍ରମିକମାନେ। ଯେଉଁ କଂପାନୀରେ ଏମାନେ କାମ କରୁଥିଲେ, ସେଠି ଦରମା ନଦେବା ସହ ଖାଇବାକୁ ନିମିଳିବାରୁ ଏମାନେ ପଳାଇ […]
ବାଲେଶ୍ୱର: ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ। ବାଲେଶ୍ୱର ରେମୁଣା ନିକଟରେ ଅଟକି ରହିଛନ୍ତି ୬୦ରୁ ଅଧିକ ଶ୍ରମିକ। ଗତକାଲି ବିଳମ୍ବିତ ରାତିରେ ଗଂଜାମରୁ ଏହି ଶ୍ରମିକମାନେ ବାହାରି ଜାତୀୟ ରାଜପଥରେ ଏକ ମାଲବାହୀ ଗାଡ଼ିରେ ଉଠି ପଳେଇ ଆସିଥିଲେ। ଆଜି ସକାଳେ ୫ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ରେମୁଣା ଗୋଲେଇରେ ଓହ୍ଲାଇ ଚାଲି ଚାଲି ବିଭିନ୍ନ ଗାଁ ଭିତର ଦେଇ ମୟୁରଭଂଜ ଜିଲ୍ଲା ଅଭିମୁଖେ ବାହାରିଥିଲେ। ତେବେ ଲୋକେ […]
ଗଞ୍ଜାମ: ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମାଣିତରା ପଞ୍ଚାୟତ ଶଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ବ୍ୟାପିବା ଭୟକୁ ନେଇ ଶଟଡାଉନ ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ […]
ଭୁବନେଶ୍ୱର: ବିଶାଖାପାଟନମ୍ରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରକୁ ଫେରୁଛନ୍ତି ୪ ଶ୍ରମିକ। ବିଶାଖାପାଟନମ୍ଏକ କନଷ୍ଟ୍ରକସନ୍ କଂପାନୀରେ ଏମାନେ କାମ କରୁଥିବାବେଳେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଗୋଟେ ପଟେ କରୋନା ଭୟ, ଅନ୍ୟପଟେ ଗ୍ୟାସ୍ ଲିକ୍ ଘଟଣାରେ ଭୟଭୀତ ହୋଇ ଏହି ଶ୍ରମିକମାନେ ଚାଲି ଚାଲି ବିଶାଖାପାଟନମ୍ରୁ ବାହାରି ଆଜି ତୃତୀୟ ଦିନରେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି। ରାସ୍ତାରେ ଏକ ଟ୍ରଲର୍ ରେ କିଛି ବାଟ ଆସିଥିବାବେଳେ ପୋଲିସ ଭୟରେ ଡ୍ରାଇଭର୍ ସେମାନଙ୍କୁ ଓହ୍ଲାଇ ଦେଇଥିଲେ। ତେବେ […]
ନୂଆଦିଲ୍ଲୀ: ଦେଶରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଛନ୍ତି। ଅର୍ଥାତ ଆକ୍ଟିଭ୍ କେସ୍ ହିସାବରେ ଏବେ ପ୍ରତି ତିନି ଜଣରେ ଜଣେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍। ସେହିଭଳି ଆରୋଗ୍ୟ ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ୧୨ ଶହ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏଯାଏ ୧୬ ହଜାର […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସଂସ୍ଥା ପାଇଁ ୱାର୍କିଂ ଆୱାର ବଢ଼ାଇଲେ ରାଜ୍ୟ ସରକାର। ଦୈନିକ ୮ ଘଣ୍ଟା ବଦଳରେ ଏଣିକି ୧୨ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟା ବଦଳରେ ଏଣିକି ୭୨ ଘଣ୍ଟା ୱାର୍କିଂ ଆୱାର ହେବ। ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ସଂଜୟ ସିଂହ।ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ […]
ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ […]
ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନିଶ୍ଚିତ କରିଛି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟରେ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଓ ଖୋର୍ଦ୍ଧାରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା କୁହାଯାଇଥିଲା। ତେବେ ପରେ ଖୋର୍ଦ୍ଧା ଆକ୍ରାନ୍ତ ଜଣକ ମୁମ୍ବାଇବାସୀ […]
ପୁରୀ: ରଥ ନିର୍ମାଣ ନେଇ ସଂଶୟ ଦୂର ହେଲା। ୧୩ ଦିନ ବିଳମ୍ୱରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ। ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳା। ଶ୍ରୀଫଳରୁ ଶୁଭାରମ୍ଭ ପରେ ମାଳ ଓ ମାହାର୍ଦ୍ଦ ଅର୍ପଣ କରି ରଥ କାଠରେ କୁରାଢ଼ୀ ସ୍ପର୍ଶ କରିଛନ୍ତି ବିଶ୍ୱକର୍ମା ମହାରଣା। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରାରମ୍ଭିକ କାର୍ଯ୍ୟ ତୁମ୍ବ କାଠ ପ୍ରସ୍ତୁତି ଚାଲିଛି। ଭୋଇ ସେବକମାନେ ନିର୍ଦ୍ଦିଷ୍ଟ କାଠ ଗଣ୍ଡି ଯୋଗାଇବା […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କ୍ୱାରେଣ୍ଟିନ୍ ଅବଧି। ସଙ୍ଗରୋଧ ସମୟସୀମାକୁ ୧୪ ଦିନରୁ ୨୮ ଦିନକୁ ବଢ଼ାଇଛନ୍ତି ସରକାର। ଏହି ୨୮ ଦିନରୁ ୨୧ ଦିନ ସରକାରୀ କ୍ୱାରେଣ୍ଟିନରେ ବା କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବେ। ବାକି ୭ ଦିନ ନିଜ ଘରେ କ୍ୱାରେଣ୍ଟିନରେ ରହିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟର କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବତ୍ର ବାଗଚୀ। ବିଭିନ୍ନ କେସ୍ରେ ୧୪ ଦିନରେ କରୋନା ଲକ୍ଷଣ ଜଣାପଡ଼ୁନଥିବା ବିଭିନ୍ନ ଦେଖାଯାଇଛି। ତେଣୁ ଏହି […]
ନୂଆଦିଲ୍ଲୀ: ଲକ୍ଷଣ ବଦଳାଇବାରେ ଲାଗିଛି କୋଭିଡ୍-19 ଭୂତାଣୁ। ମଣିଷ ଶୀରରେ ସଂକ୍ରମଣ ହେବା ପରଠାରୁ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦେଉଛି। ତେବେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଭୂତାଣ ଅଧିକ ସଂକ୍ରାମକ ହେବାରେ ଲାଗିଛି। SARS-COV 2 ଭୂତାଣୁରେ ଏହି ପରିବର୍ତ୍ତନକୁ ବୈଜ୍ଞାନିକ D614G ଭାବେ ନାମିତ କରିଛନ୍ତି। ଏହାଦ୍ୱାରା ଭୂତାଣୁ ଅଧିକ ବିପଜ୍ଜନକ ହେଉଛି। ଭାରତ ସମେତ ସାରା ବିଶ୍ୱରେ ଭୂତାଣୁ ଲକ୍ଷଣ ପରିବର୍ତ୍ତନ କରୁଥିବା ନଜର ଆସିଛି। ଆମେରିକାର ସରକାରୀ ଲସ୍ ଆଲାମୋସ୍ […]
ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ […]
ନୂଆଦିଲ୍ଲୀ: କରୋନା ବିରୋଧରେ ଲକ୍ଡାଉନ୍ ଅନ୍-ଅଫ୍ ସ୍ୱିଚ୍ ନୁହେଁ। ଏହା ବିରୋଧରେ ଲଢ଼ିବାକୁ ହେଲେ ଅନ୍ୟ ଉପାୟ ଖୋଜିବାକୁ ହେବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନେଇ କାମ କରିବାକୁ ହେବ। ଆଜି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲକ୍ଡାଉନ୍ ଦ୍ୱାରା କରୋନା ବନ୍ଦ ହେବନି। ମାତ୍ର କିଛି ସମୟ ପାଇଁ ଏଥିରେ ବ୍ରେକ୍ ଲାଗିବ। ଏହା ଉଠିବା ପରେ ପୁଣି ଥରେ ଆରମ୍ଭ […]
ପାରାଦୀପ: ସାମାଜିକ ଦୂରତା ନିୟମ ପାଳନ ନ ହେବାରୁ ପାରାଦୀପରେ ବନ୍ଦ ହେଲା କାର୍ବନ ଫ୍ୟାକ୍ଟ୍ରି। ଲକ୍ଡାଉନ ନିୟମ ପ୍ରକାରେ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଶ୍ରମିକ ନେଇ କାମ ଆରମ୍ଭ କରିବାକୁ ସରକାର ନିୟମ କରିଥିଲେ। ତେବେ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକ ନିୟୋଜିତ କରିବା ସହ ସାମାଜିକ ଦୂରତ୍ୱ ନ ରଖିବା କାରଣରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କାର୍ବନ ଫ୍ୟକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଖାନାରେ କାମ ଆରମ୍ଭ ହୋଇଥିବା […]
ଚେନ୍ନାଇ: ତାମିଲନାଡ଼ୁର ତିରୁପୁରରେ ଥିବା ଏକ ଘରୋଇ କମ୍ପାନୀରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼ ମରାଯାଇଥିବା ନେଇ ସାଘାଂତିକ ଅଭିଯୋଗ ଆସିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ କିଛି ବ୍ୟକ୍ତି ଅନ୍ୟ ଶ୍ରମିକଙ୍କୁ ପିଟୁଛନ୍ତି। ହାତରେ ବାଡ଼ି ଧରି ନିସ୍ତୁକ ମାଡ଼ ମାରୁଛନ୍ତି। ଏପରିକି ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯିବା ସହ ରକ୍ତ ମଧ୍ୟ ବାହାରୁଛି। ଆଉ କିଛି ଶ୍ରମିକଙ୍କୁ କମ୍ପାନୀ କର୍ମଚାରୀ ମାଡ଼ ମାରିଥିବା ବି ବ୍ୟକ୍ତି ଜଣକ […]