ନୂଆଦିଲ୍ଲୀ: ଦେଶର ପ୍ରଥମ କରୋନା ଟିକା କୋଭାକ୍ସିନକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ–ଡିସିଜିଆଇର ମଂଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଂଜୁରୀ ଦେଇଥିବା ଜଣାପଡ଼ିଛି। ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍ ଟ୍ରାଏଲ କରାଯିବାକୁ ନିର୍ଦ୍ଧାରିତ ହୋଇଛି। ଆଇସିଏମ୍ଆର୍, ନେସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ କୋଭାକ୍ସିନ ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଏହାର ଗବେଷଣା […]
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର। ଯାଜପୁର, ବ୍ୟାସନଗର ଓ ଚଣ୍ଡିଖୋଲ ସଟ୍ଡାଉନ ହେଉଛି ବୋଲି ଏକ ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଛି। ପୁଣିଥରେ କହି ରଖୁଛୁ ଏହା ଏକ ଗୁଜବ ବା ମିଛ ଖବର। ଏଭଳି ତଥ୍ୟ ସମ୍ବଳିତ କୌଣସି ଖବର ଓଟିଭି କେବେ ପ୍ରସାରଣ କରିନାହିଁ। ଓଟିଭିରେ ପ୍ରସାରିତ ଏକ ପୁରୁଣା ଖବର ଗ୍ରାଫିକ୍ସ ପ୍ଲେଟ୍କୁ ଏବେ ପ୍ରଚାର କରାଯାଉଛି। ଏହାକୁ ଆଦୌ ବିଶ୍ୱାସ କରନ୍ତୁ […]
ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ। ଏହା ମାଧ୍ୟମରେ ଅନ୍ଲାଇନ୍ କ୍ଲାସ ନେବେ ଅଧ୍ୟାପକ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ। ଗତକାଲି ଜିଲ୍ଲାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ରାଇଘର ବ୍ଲକରୁ ସର୍ବାଧିକ ୬ ଜଣ ଏବଂ ଝରିଗାଁ ବ୍ଲକ୍ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଇଘର ବ୍ଲକ୍ର ଗଞ୍ଜାପାରା, ଜଲଙ୍ଗପାରା, ତୁରୁପେନା, ଖାଡେଙ୍ଗା, ମୁଣ୍ଡାପାରା ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି […]
ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଡିଷ୍ଟ୍ରିକ୍ଟ ଜେଲ୍ରେ ସଜା କାଟୁଥିବା ୫୦ କଏଦୀ ସହିତ ଅନ୍ୟ ୨୮ ଜଣ ମୋଟ ୭୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଜେଲ୍ରେ ବର୍ତ୍ତମାନ ପାଖାପାଖି ୩୦୦ କଏଦୀ ରହିଥିବା ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧, ୪୯୮ରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। […]
ଜୟପୁର: ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ହେଉଛି ରାଜସ୍ଥାନ ଭିଲୱାରା ଜିଲ୍ଲାରେ। ଜୁନ ୧୯ ତାରିଖରେ ବାହାଘରରେ ପ୍ରାୟ ୨୫୦ ଲୋକ ରୋଷଣୀରେ ଯାଉଥିଲେ। ଅନ୍ୟ ୧୪ ଜଣଙ୍କ ସହିତ ବର ପିତା ମଧ୍ୟ ରୋଷଣୀରେ ଯୋଗ ଦେଇଥିଲେ। ଏବେ ଏହି ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଏହି ବିବାହ ଉତ୍ସବରେ ଅନେକ ବୟସ୍କ ବ୍ୟକ୍ତି ଥିଲେ। ବର ମାମୁଁ ମାଇଁ ମଧ୍ୟ କରୋନା ପଜିଟିଭ […]
ନୂଆଦିଲ୍ଲୀ: ବିଏସ୍ଏଫ୍ ଯବାନଙ୍କ ଯାଏ ପହଞ୍ଚିଲାଣି କରୋନା। ସୀମା ସୁରକ୍ଷା ବଳରେ ଆଉ ୩୩ ଯବାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଏଯାଏଁ ୯୪୪ BSF ଯବାନ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୩୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ୩୦୨ BSF ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇ ଏପରି କହିଚନ୍ତି ଶାହ। ସେ କହିଛନ୍ତି, ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ କରୋନା ସଂଖ୍ୟା ୫ ଲକ୍ଷ ହେବନି। ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ହେବା ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଟିପ୍ପଣୀ କରୋନାକୁ ନେଇ ଭୟ ସୃଷ୍ଟି କରିଛି। […]
ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମରେ ଚୀନ୍କୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି। ଲଦାଖ୍ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି। ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ। ଜବାବ ଦେବା ବି ଜାଣେ। ସହିଦ ଯବାନଙ୍କ ପ୍ରାଣବଳି ବୃଥା ଯିବନି ବୋଲି କହିବା ସହିତ ବୀର ଯବାନଙ୍କ ପିତାମାତାଙ୍କୁ ସଲାମ୍ ଜଣାଇଛନ୍ତି ମୋଦି। ଯବାନଙ୍କ ସମ୍ମାନ ଜଣାଇ ସେ ଆହୁରି ମଧ୍ୟ କହିଛନ୍ତି […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦେଶରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି କହୁଥିଲେ ମଧ୍ୟ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ପ୍ରାୟ ପ୍ରତିଦିନ ୩୦୦ ଟପୁଛି। ଏଥର ବି ଦିନକରେ ପାଖାପାଖି ୨୦ ହଜାର କରୋନା ପଜିଟିଭି ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରହିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯,୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବଘେଲାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଥମେ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିଲେ ବଘେଲା। ପରେ ଜ୍ୱର ଅଧିକ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଘେଲା କରୋନା ପଜିଟିଭ୍ ହେବା ପରେ ତାଙ୍କ ସହିତ […]
ଆଠଗଡ଼: ଆଠଗଡ଼ ସବ୍ଡିଭିଜନ୍ ଅଧୀନ ଏକ ଥାନାର IIC କରୋନା ଆକ୍ରାନ୍ତ ହୋଇଛନ୍ତି । IICଙ୍କ ସ୍ୱାବ୍ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ। କେବଳ ସେତିକି ନୁହେଁ, ଥାନାର ଆଉ ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା ମିଳିଛି। ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ନିଷ୍ପତ୍ତି ହୋଇଛି। କାଲି […]
ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନ୍କୁ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଔଷଧ ଫଳପ୍ରଦ। ଡେକ୍ସାମେଥାସନ୍ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ପୂର୍ବରୁ ଡେକ୍ସାମେଥାସନ୍କୁ ବ୍ୟବହାର ଅନୁମତି ଦେଇଥିଲା WHO। ଷ୍ଟେରଏଡ୍ ଡେକ୍ସାମେଥାସନ୍ ଫୁସ୍ଫୁସ୍ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ। ବ୍ରିଟିଶ କ୍ଲିନିକାଲ୍ ଟ୍ରାଏଲ୍ରେ ଏହି ଔଷଧ ସଫଳ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସନ୍ […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶର ସ୍ଥିତି ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡକ୍ଟର ଯୋଶେଫ ମାର୍ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜନ୍ମଦିବସ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ସମ୍ବୋଧନ କରିବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ହାରଠାରୁ ସୁସ୍ଥ ହେବା ହାର ଅଧିକ ରହିଛି। କରୋନା ଯୋଦ୍ଧାଙ୍କ ଅନବରତ ଓ ନିରବଛିନ୍ନ ଉଦ୍ୟମ ଯୋଗୁଁ ଏହା […]
ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩ ପ୍ରତିଶତ ରହିଛି। ଯାହା ବହୁତ କମ୍ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସାରା ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଭାରତରେ କରୋନା ସଂକ୍ରମଣ ନେଇ ଏମିତି ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଭାରତ […]
ନୂଆଦିଲ୍ଲୀ: କିଛିଦିନ ତଳେ ପତଞ୍ଜଳି କୋରୋନୀଲ ଆୟୁର୍ବେଦିକ ଔଷଧ ଆବିଷ୍କାର କରି ଏଥିରେ ୭ ଦିନ ଭିତରେ କରୋନା ଭାଇରସ୍ ଭଲ ହେବ ବୋଲି ଦାବି କରିଥିଲା। ଏହାର କିଛି ଦିନ ପରେ ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। କୋରୋନୀଲ ଔଷଧ କରୋନା ଭଲ କରିଦେବ କହି ପ୍ରଚାର କରି ରାମ ଦେବ ବାବା ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି […]
ନୂଆଦିଲ୍ଲୀ: ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍ ଦର ଲିଟର ପ୍ରତି ୨୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ମୂଲ୍ୟ ୧୭ ପିଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ମୂଲ୍ୟ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପ୍ରତି ୮୦.୧୩ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୮୦.୧୯ […]
ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ DMETର ପଦକ୍ଷେପ। ରାଜ୍ୟରେ ଘରୋଇ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ DMET ପକ୍ଷରୁ ସମସ୍ତ ହସ୍ପିଟାଲ ପାଇଁ ଏକ ଗାଇଡ୍ଲାଇନ ଜାରି ହୋଇଥିଲା। ଏହାର କଡ଼ାକଡ଼ି ଯାଞ୍ଚ ପାଇଁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ପୋଲିସ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ତିନିଜଣିଆ ଟିମ୍ ଗଠନ କରାଯାଇଛି। ଏହି ଗାଇଡ୍ଲାଇନ ଅନୁସାରେ, ସମସ୍ତ ଘରୋଇ ହସ୍ପିଟାଲଙ୍କ […]
ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଔଷଧ। ଏହି ଔଷଧର ନାଁ ରହିଛି କୋଭିଫର(Covifor)। ୧୦୦ ମିଲିଗ୍ରାମ କୋଭିଫର ଔଷଧର ଦାମ ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଔଷଧ ତିଆରି ପରେ କମ୍ପାନୀ ଏହାର ନାମ କୋଭିଫର୍ ରଖିଛି। ଆଜି କମ୍ପାନୀ ୨୦,୦୦୦ କୋଭିଫର ବୋତଲ ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଛି। ଏଥିରେ ଦିଲ୍ଲୀ […]
ଗାନ୍ଧିନଗର: ଗୁଜରାଟର ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜକୋଟର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଜାମଯୋଧପୁର ବିଧାୟକ ଚିରାଗ କଲାରିୟା ଗାନ୍ଧିନଗରରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ସନ୍ଦେହରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଗୁରବାର ତାଙ୍କ ରିପୋର୍ଟ ପଜିଟିଭ ବାହାରିଛି। ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ସେ ଗାନ୍ଧିନଗର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା […]
ନୂଆଦିଲ୍ଲୀ: ୧୨ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍ ସେଣ୍ଟର୍ରେ ଥିବା ଏହି ୧୨ ଯବାନ ବୁଧବାର କୋରନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଆର୍ମି ଯାବାନମାନେ ଜଖମାକୁ ଆର୍ମି କ୍ୟାମ୍ପକୁ ଆସିଥିଲେ। ମିଲିଟାରୀ ଏସ୍ଓପି […]
କୋଲକାତା: କରୋନା ସହିତ ଲଢ଼ିବାରେ ପଶ୍ଚିମବଙ୍ଗ ପୁଲିସ ଏକ ନୂଆ ଉପାୟ ପାଇଛି। ସୋରିଷ ତେଲ, ଉଷୁମ ଲେମ୍ବୁ ପାଣି ଓ କେତେକ ଘରୋଇ ପ୍ରତିକାର ଆପଣାଇ ନିଜକୁ ସୁସ୍ଥ ରଖିବା ସହିତ କରୋନାକୁ ଉପଚାର ମଧ୍ୟ କରି ହେବ ବୋଲି ବେଙ୍ଗଲ ପୁଲିସ୍ ଦାବି କରିଛି। ସିଲିଗୁଡ଼ି ପୁଲିସ୍ କିମିଶନରେଟ୍ର ଜଣେ ବରିଷ୍ଠ ପୁଲିସ୍ ଅଫିସର୍ ଏ ଦିଗରେ ସଫଳ ପରୀକ୍ଷଣ କରି ଅନେକ ଲୋକ ଏଥିରେ ସୁସ୍ଥ ହେବା ପରେ ପୁଲିସ ପକ୍ଷରୁ ଏପରି […]
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ସର୍ବାଧିକ ୧୭ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୨୨ରେ ପହଞ୍ଚିଛି। ଗୁରବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪. ୭୩ ଲକ୍ଷରେ ରହିଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ସକାଳ ସୁଦ୍ଧା ୧୪,୮୯୪ରେ […]
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ସମସ୍ତ ବିରୋଧୀ ଦଳ ଆନ୍ଦୋଳନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ୱ ନେଉଛି। କରୋନା ମୁକାବିଲା ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ୧୩ଟି ବିରୋଧୀ ଦଳ । ୨୬ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପଳଙ୍କୁ ପ୍ରଦାନ କରାଯିବ। […]