ଭୁବନେଶ୍ୱର: ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶ ପ୍ରସଙ୍ଗରେ ସଂଶୋଧନ କରିଛନ୍ତି ସରକାର। କେତେକ ବିଭାଗରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍ରେ ଏହି ନିୟମ ଲାଗୁ ହେବ। ଏଠାରେ କେବଳ ୫୦% ଷ୍ଟାଫ୍ କାମ କରିବାର ନିୟମ ମାନିବାକୁ ପଡ଼ିବ। ତେବେ ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ। ପୋଲିସ୍, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର […]
ଭୁବନେଶ୍ୱର: କରୋନାରେ ଅଧିକମାତ୍ରାରେ ବୟସ୍କଙ୍କ ପ୍ରାଣ ଯାଉଛି। ରାଜ୍ୟରେ ଆଜି ସୁଦ୍ଧା ହୋଇଥିବା ୨୭ କୋଭିଡ୍ ମୃତ୍ୟୁରୁ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୧୩ ଅର୍ଥାତ ପ୍ରାୟ ଅଧା ମୃତକ ହେଉଛନ୍ତି ବରିଷ୍ଠ ନାଗରିକ। ବରିଷ୍ଠଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ସହ ପୂର୍ବରୁ ଶରୀରରେ କିଛି ନା କିଛି ରୋଗ ଥିବାରୁ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତା ସହିତ ହାତ ପାଆନ୍ତାରେ ସୁବିଧା ଯୋଗାଇ ଦେବାକୁ ଘୋଷଣା କରୁଛନ୍ତି ସରକାର। […]
ଭୁବନଶ୍ୱର: ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୧୩ ତାରିଖରୁ ଅନ୍ଲାଇନ୍ ଟିଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଅନ୍ଲାଇନ ଗ୍ରୁପରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀ ରହିବେ। ହ୍ୱାଟ୍ସଆପ କିମ୍ବା ଇ-ମେଲ୍ରେ ଗ୍ରୁପ କରିବାକୁ କୁହାଯାଇଛି। ପିଲାଙ୍କୁ ଶିକ୍ଷକମାନେ ନୋଟ୍ସ, ଟେକ୍ସଟ ବୁକ୍, ରେଫରେନ୍ସ ବୁକ୍ର ସଫ୍ଟ କପି ହ୍ୱାଟ୍ସଆପ କିମ୍ବା ଇ-ମେଲ୍ ମାଧ୍ୟମରେ ପ୍ରଦାନ କରିବେ। ଶିକ୍ଷକମାନେ ଦିନକୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର୍ ହୋଇ ଗୁରୁବାର ସୁଦ୍ଧା ସଂଖ୍ୟା ୬୦୪,୬୧୪ରେ ପହଞ୍ଚିଥିବାବେଳେ ସୁସ୍ଥ ସଂଖ୍ୟା ୩,୫୯୮୫୯ ରହିଛି। ତେବେ କେଉଁ ରାଜ୍ୟରେ କେତେ ପରିମାଣରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେ ନେଇ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏହି ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି। ସେହିଭଳି ପ୍ରଥମରେ ଚଣ୍ଡିଗଡ଼, ଦ୍ୱିତୀୟରେ ମେଘାଳୟ […]
ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ବୈଷୟିକ କମିଟି ହେବ। ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ପ୍ରଥମେ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି। ଏହି ହସ୍ପିଟାଲ୍ଗୁଡ଼ିକ ହେଲେ- କଟକ ଏସ୍ସିବି, ଅଶ୍ୱିନୀ, […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୪୯ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୪ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ଆଜି ମୟୂରଭଂଜ ୧୪, କଟକ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ୫, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ସୁସ୍ଥ […]
ବରଗଡ଼: ଆସନ୍ତା ଶନିବାର ରବିବାର ସଟ୍ଡାଉନ୍ ରହିବ ବରଗଡ଼ ଜିଲ୍ଲାର ସହରାଞ୍ଚଳ। ବରଗଡ଼ ମ୍ୟୁନିସାପାଲଟି ଏବଂ ବରପାଲି, ବିଜେପୁର, ପଦ୍ମପୁର ଓ ଅତାବିରା ଏନ୍ଏସି ସଟ୍ଡାଉନ୍ ରହିବ। ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ମୋଟ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହେଲେଣି। ଆଜି ଯେଉଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ଅତାବିରା NAC ଅଞ୍ଚଳର। ତାଙ୍କୁ ଭୁବନେଶ୍ୱର […]
ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଟି କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪, କୁଆଁରମୁଣ୍ଡାରୁ ଜଣେ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍ ରୋଗୀଙ୍କ ମଧ୍ୟରେ ୯ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ବେଳେ କୁଆଁରମୁଣ୍ଡାରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତ ୧୫ ଜଣ ପ୍ରବାସୀ ଦିଲ୍ଲୀ ଫେରନ୍ତା ନେଇ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ […]
ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ, ନମୁନା ସଂଗ୍ରହ କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ –ICMR। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ଅଧିକ ସଂକ୍ରମଣ ହେଉଥିବା ସ୍ଥାନମାନଙ୍କରେ ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଅଧିକ ସଂଖ୍ୟକ ନମୁନା ସଂଗ୍ରହ କରିବା ପାଇଁ କୁହାଯାଇଛି। ଏଥିପାଇଁ କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ମୋବାଇଲ୍ […]
ଗଞ୍ଜାମ: କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ। ପ୍ରଶାସନ ଗାତ ଖୋଳିଲା, ଆଉ ଶବକୁ ଭିଡ଼ିଭିଡ଼ି ନେଇ ପୋତିଲେ ମୃତକଙ୍କ ଭାଇ-ଭଉଣୀ। ଏଭଳି ଉଦ୍ବେଗଜନକ ଘଟଣାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ବେଳେ, ଏହା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୌରୀଶଙ୍କର ରୋଡ୍ ଅଞ୍ଚଳର ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗୌରୀଶଙ୍କର ରୋଡ୍ରେ ଭଡ଼ା ଘରେ ରହୁଥିବା ଜଣେ ଯୁବକ ଗତ ୧୦ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ତେବେ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ […]
ଭୁବନେଶ୍ୱର: ଆଜିଠୁ କାଉଣ୍ଟରରେ ଆରମ୍ଭ ହୋଇଛି ମଦ ବିକ୍ରି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ କାଉଣ୍ଟରରୁ ମଦ କିଣିପାରିବେ ଗ୍ରାହକ। ଉଭୟ ଅଫଲାଇନ୍ ସପ୍ ଏବଂ ଅନ୍ଲାଇ ସପ୍ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଛି ଅବକାରୀ ବିଭାଗ। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ସହ ମଦ ଦୋକାନ ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ରାଜଧାନୀର ମଦ ଦୋକାନରେ ଏତେଟା […]
ଯାଜପୁର: ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା ହୋଇଛି। ଆସନ୍ତା ୮ ତାରିଖ ମଧ୍ୟରାତ୍ରୀ ଯାଏ ଲାଗୁ ହୋଇଛି ଏହି ନିୟମ। ସବୁ ଅଫିସ୍ ଫାଟକରେ ତାଲା ପକାଯାଇଛି। କେବଳ ଅଫିସ୍ରେ କର୍ମଚାରୀମାନେ କାମ କରିବେ। କୌଣସି ଅତିଆବଶ୍ୟକ କାମ ହେଲେ ସେ ସବୁ ଅନ୍ଲାଇନ୍ରେ କରିବାକୁ ନିବେଦନ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର।ଏହାସହ ଅଯଥାରେ ସରକାରୀ କାର୍ଯ୍ୟାଳୟ ଆସି ଭିଡ଼ ନ କରିବାକୁ ସେ ନିବେଦନ କରିଛନ୍ତି। […]
ଭୁବନେଶ୍ୱର: ବିଭିନ୍ନ ସରକାରୀ ଅଫିସ୍ରେ ଅଧିକାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ବଢ଼ିଲା ଚିନ୍ତା। ଗଂଜାମରୁ କଟକ, ଭୁବନେଶ୍ୱରରୁ ଯାଜପୁର, ଥାନାରୁ ତହସିଲ୍, ସରକାରୀ ଅଫିସ୍ରେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଗାଇଡାଲାଇନ ଜାରି କରିଛନ୍ତି। ଚଳିତ ମାସରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେବଳ ୫୦ ପ୍ରତିଶତ ଷ୍ଟାଫ୍ଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ସେପଟେ କୋଭିଡ୍ କଟକଣା ପାଳନ ହେଉଛି ନା ନାହିଁ, ପ୍ରତିଦିନ ଯାଂଚ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ […]
ଗଞ୍ଜାମ: ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ। ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସବ୍ଡିଭିଜନାଲ୍ ମାଜିଷ୍ଟ୍ରେଟ୍ଙ୍କ ଠାରୁ ଅନୁମତି ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। ତାହା ପୁଣି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିର, କୋଭିଡ୍ ଗାଇଡଲାଇନ୍ ପାଳନ କରି ବିବାହ ଉତ୍ସବ ପାଳନ କରିବେ। ଯଦି, ବିନା ଅନୁମତିରେ ବିବାହ କାର୍ଯ୍ୟ କରାଯାଉଥାଏ, ତାହେଲେ ବିବାହ କାର୍ଯ୍ୟ କରାଉଥିବା ପୁରୋହିତଙ୍କ ବିରୋଧରେ FIR ଦାଏର ହେବ […]
ଯାଜପୁର: କରୋନା ସ୍ଥିତିକୁ ନେଇ ଆଜିଠାରୁ ଯାଜପୁର ଜିଲ୍ଲାରେ କଠୋର ହେଲା କଟକଣା। ସକାଳ ୬ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର। କିନ୍ତୁ ଦିନସାରା ଔଷଧ ଏବଂ ପାଥୋଲାବ୍ ଖୋଲାଯାଇ ପାରିବ। କର୍ଫ୍ୟୁ ସମୟରେ ବାହାରକୁ ବାହାରୁଥିବା ଅମାନିଆଙ୍କ ଉପରେ ଫାଇନ୍ ଆକାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅଯଥା ଚାଲିଚାଲି କିମ୍ବା ସାଇକେଲରେ ଗଲେ ପ୍ରଥମେ ୨ଶହ ପରେ ୫ଶହ ଟଙ୍କା ଜରିମାନା […]
ନବରଙ୍ଗପୁର: ପ୍ରତି ଶନିବାର ଓ ରବିବାର ନବରଙ୍ଗପୁର ଜିଲ୍ଲାରେ ହେବ ସଟ୍ଡାଉନ୍। କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହି ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତି ଶନିବାର ଓ ରବିବାର ପୂରା ଜିଲ୍ଲା ସଟ୍ଡାଉନ୍ ରହିବ। ଜୁଲାଇ ୩୧ ଯାଏ ଏହି ସଟ୍ଡାଉନ୍ କରାଯିବ। ବାକି ଦିନ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ। ଦୋକାନ ବଜାର କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୮ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ଚିହ୍ନଟ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୪୮, ଜଗତସିଂହପୁର ୩୧, ବାଲେଶ୍ୱର ୨୬, କଟକରୁ ୨୫ ସୁସ୍ଥ ହୋଇଛନ୍ତି। ସେହିଭଳି ଯାଜପୁର ଓ ଖୋର୍ଦ୍ଧାରୁ ୧୨ ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ ସୁସ୍ଥ ହୋଇଛନ୍ତି। […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଲୋକାଲ କେସ୍ ବୋଲି ସୂଚନା ମିଳିଛି। ଡୁମଡୁମା ରଘୁନାଥ ନଗର ବସ୍ତିରୁ ୨ଜଣ, ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶ୍ରୀରାମ ନଗର, ନୀଳଦ୍ରି ବିହାର, ଜାଗମରା, ୟୁନିଟ୍ ୨ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜଣେ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଚିହ୍ନଟ ହୋଇଥିବା ଅନ୍ୟ ୪ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ନୂଆ ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସହରରୁ କେବଳ ୬ ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଟିହ୍ନଟଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଅନ୍ୟ ୫ ଜଣ ଲୋକାଲ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସେହିପରି କଟକ ସହରରୁ ଆଜି ୨ ଲୋକାଲ କେସ୍ ଚିହ୍ନଟ ହୋଇଥିବା ସିଏମ୍ସି ପକ୍ଷରୁ […]
ଭୁବନେଶ୍ୱର: କରୋନା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଦେଖାଗଲାଣି ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି। ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ବୋଲି ନିରଞ୍ଜନ କହିଛନ୍ତି। କରୋନା ସଂକ୍ରମଣରେ ଉଦ୍ବେଗ ପ୍ରକାଶ କରି ସଟ୍ଡାଡାଉନ୍ ଘୋଷଣା କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ଯେଉଁଠି କରୋନା […]
ସମ୍ବଲପରୁ: କରୋନା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିସୁଟ୍କୁ ଦିନକ ପାଇଁ ବନ୍ଦ କରି ଦିଆଯାଇଛି। ଏହାସହ ଭିସୁଟ୍ ପରିସରକୁ ବିଶୋଧନ କରାଯାଉଛି। ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ତା ସିହତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ କରାଯାଉଛି। ତେବେ ଭିସୁଟ୍କୁ ଅଧିକ ଦିନ ପାଇଁ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର ଦୋକାନ କାଉଣ୍ଟରରେ ମିଳିବ। ଏଥିପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ। କାଉଣ୍ଟରରେ ଭିଡ଼ ଏଡ଼ାଇବାକୁ ଇ-ଟୋକନ ବ୍ୟବସ୍ଥା କରାଯିବ। ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ ହାସଲ କରିବାକୁ ପଡ଼ିବ। ଇ-ଟୋକନ କିଭଳି ମିଳିବ, ସେନେଇ ଦୋକାନୀ ଡିସ୍ପ୍ଲେ କରିବେ। ଟୋକନ ପାଇବା ପରେ ଯାଇ ଜଣେ ମଦ ଦୋକାନକୁ ଯାଇପାରିବେ ବୋଲି ରାଜ୍ୟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସକାଳ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବୋଲି ବିଭାଗ ସୂଚନା ଦେଇଥିଲା। ଏବେ ମାଲ୍କାନ୍ଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଷୟରେ ତଥ୍ୟ ଦେଇଛନ୍ତି ସେଠାକାର ଜିଲ୍ଲାପାଳ। ମାଲକାନଗିରିରୁ ଚିହ୍ନଟ ୩୬ ପଜିଟିଭ ମଧ୍ୟରେ ୨୯ ଜଣ BSF ଯବାନ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। […]
ଗଞ୍ଜାମ: ରାଜ୍ୟରେ ଆଉ ୨ଟି ଜୀବନ ନେଇଛି କରୋନା। ଉଭୟ ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାର। ଦୁଇ ଜଣ ଯାକ ମହିଳା। ଜଣକର ବୟସ ୪୮ ବର୍ଷ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଦ୍ୱିତୀୟ ମୃତକ ଜଣକ କିଡନି ରୋଗରେ ପୀଡ଼ିତ ଥିଲେ। ଗଂଜାମର ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି। କେବଳ ଗଂଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪ ହେଲାଣି। ଅନ୍ୟପଟେ […]
ଭୁବନେଶ୍ୱର: ଆଜି ବି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ସେଞ୍ଚୁରି ହୋଇଛି। ଆଜି ରାଜ୍ୟରେ ଆଜି ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୦୬ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟା ୧୪ ରହିଛନ୍ତି। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୨୦୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଚିହ୍ନଟ ହୋଇଥିବା ବେଳେ ଯାଜପୁର- ୨୮, କୋରାପୁଟ- ୧୮, […]