ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରୁ ଆଫ୍ସା ପ୍ରତ୍ୟାହାର କରାଯାଇଛି। ଆଇନ୍ ଶୃଙ୍ଖଳା ସ୍ଥିତି ସୁଧୁରିଥିବା ଦର୍ଶାଇ ଆଫ୍ସା ବା ସେନା ସ୍ୱତନ୍ତ୍ର କ୍ଷମତା ଆଇନ୍ ପ୍ରତ୍ୟାହାର କରାଯାଇଛି। କଂଗ୍ରେସ ମେନିଫେଷ୍ଟୋରେ ଆଫ୍ସା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ...
ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୫ମ ଦିନରେ ପହଞ୍ଚିଛି। ମଙ୍ଗଳବାର ରୀତିନୀତି ଅନୁସାରେ ଧର୍ମ ଝଣ୍ଡା ସ୍ଥାପିତ ହୋଇଯାଇଛି। ଏହାପରେ ମହିଳାମାନେ ସେଠାରେ ହଳଦୀ ପାଣି ସହ କାକରା ଓ ପୋଳି ଭୋଗ କରିଛନ୍ତି। ବିଶ୍ୱାସ ରହିଛି ଚୈତ୍ର୍ୟ ମାସରେ ବସନ୍ତ ହାଡ଼ଫୁଟି ଭଳି...
ବ୍ରହ୍ମପୁର: ଗଞ୍ଜାମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ରୋଡ୍ ଶୋ’ କରିବେ। ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗଞ୍ଜାମରେ ଦୀର୍ଘ ୬୦ କିଲୋମିଟର ରାସ୍ତାରେ ରାଲି କରିବେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ବିଧାନସଭା ନିର୍ବାଚନୀମଣ୍ଡଳୀରେ ରୋଡ ଶୋ’...
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ଛାତ୍ରୀ ନିବାସର ଜଣେ ଛାତ୍ରୀଙ୍କୁ ସେହି ହଷ୍ଟେଲର ସିନିୟର ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏ ସମ୍ପର୍କରେ ଛାତ୍ରୀମାନେ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାଡ଼ ମାରିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ...
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମକୁ ଆଖି ଆଗରେ ରଖି ଆଜି ରାଜ୍ୟର ସବୁ ସ୍କୁଲ ସକାଳୁଆ ଖୋଲିଛି। ସକାଳ ସାଢ଼େ ଛଅଟାରୁ ସ୍କୁଲ ଆରମ୍ଭ ହୋଇ ଦିନ ସାଢ଼େ ୧୦ଟାରେ ଶେଷ କରିବାକୁ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକର ସବୁ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଛତା ଓ ପାଣି...
ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି।...