ଭୁବନେଶ୍ୱର:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି। ଦିଲ୍ଲୀ ଫେରିଗଲେ ରାହୁଲ ଗାନ୍ଧି। ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ। ଏନେଇ ରାହୁଲ ଗାନ୍ଧି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି...
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ଏନେଇ ଏଡିଆର୍ ଓ ଇଲେକସନ୍ ଓ୍ୱାଚ୍ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।ଭଣ୍ଡାରୀପୋଖରୁ ଆସନରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନଙ୍କ ସମ୍ପତ୍ତି ହେଉଛି ୬୦ କୋଟି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୩୩ କୋଟି। ଏହାପରେ ୧୭କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି ଧର୍ମଶାଳାର ବିଜେଡି ପ୍ରାର୍ଥୀପ୍ରଣବକୁମାର ବଳବନ୍ତରାୟ। ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ତଥା ବାଲେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ତାଙ୍କର ସମ୍ପତ୍ତିର ପରିମାଣ ୧୦୪ କୋଟି ଟଙ୍କା। ତାଙ୍କ ପରେ ଅଛନ୍ତି ବାଲେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ରକୁମାର ଜେନା। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୭୨ କୋଟି ଟଙ୍କା। ଏହାସହ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର କେନ୍ଦ୍ରାପଡା ଲୋକସଭାପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କ ସମ୍ପତ୍ତିର ପରିମାଣ ୫୭ କୋଟି ଟଙ୍କା ରହିଛି।
ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ମୋଦି ବାରାଣସୀର କାଳଭୈରବ ମନ୍ଦିର ଯାଇ ଦର୍ଶନ କରିଥିଲେ। ଏହାପରେ ସେ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜୋର୍ଦାର୍ ପ୍ରଚାର ଚାଲିଛି। ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଡି.ଏସ. ଲ କଲେଜରୁ ରୋଡ୍ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍ ଶୋ’ ଉଭୟ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପାଟକୁରା ବିଧାନସଭା ନିର୍ବାଚନ...
କୋଣାର୍କ(ସଞ୍ଜୟ ପତି):ପୁରୀ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଗାଁରେ ଅଟକ ରଖିବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରବି...