• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

car
ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ମାଲକାନଗିରି: ଚଳନ୍ତା କାରରେ ଲାଗିଲା ନିଆଁ। କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ମାଲକାନଗିରି ଏମଭି-17 ଗାଁ ନିକଟ ଜାତୀୟ ରାଜପଥ ଉପରେ କାରଟି ଯାଉଥିବାବେଳେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ଜଳନ୍ତା...

modi-and-virat
ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ପ୍ରଥମ ବାର୍ଷିକୀ ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଭିନେତା ମିଲିନ୍ଦ ସୋମନ୍...

ashalata
ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି...

+2
+୨ ନାମ ଲେଖା ଅବଧି ବଢ଼ିଲା

ଭୁବନେଶ୍ୱର: +୨ ନାମଲେଖା ଅବଧି ବଢ଼ିଲା। ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି। ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି। CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାସେ...

bihar
୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ପଟନା: କରୋନା ମହାମାରୀ ଭିତରେ କିଛି ରାଜ୍ୟରେ ୨୧ ତାରିଖ ଠାରୁ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଛି। ଏବେ ବିହାରରେ ସେପ୍ଟେମ୍ବର ୨୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଯାଉଛି। ତେବେ ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ସ୍କୁଲ ବନ୍ଦ ରହିବ। ଶିକ୍ଷା ବିଭାଗ ଅନୁଯାୟୀ, ଜଣେ ପିଲା ସପ୍ତାହକୁ ଦୁଇଦିନ...

bmc
ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଲଗାତର ହ୍ରାସ ପାଉଛି। ଆଜି ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ସେହିପରି ଆଜି ୪୧୨ ଜଣ କରୋନାରୁ ଆରୋଗ୍ୟ...

ms
ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ସେ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି। ଅଭିଜ୍ଞଠାରୁ ଆରମ୍ଭ କରି ଯୁବ ଖେଳାଳି, ସମସ୍ତେ ଧୋନିଙ୍କୁ ଖୁବ୍ ସମ୍ମାନ ଦିଅନ୍ତି। ଦିନେ ସଚିନ୍...

pak
ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ନୂଆଦିଲ୍ଲୀ: ସୀମାରେ ଭାରତୀୟ ଯବାନଙ୍କ କଡ଼ା ପ୍ରହରା ଯୋଗୁଁ ଫେଲ୍ ମାରୁଛି ପାକିସ୍ତାନର ହୀନ ଉଦ୍ୟମ। ଡ୍ରୋନ୍ ସହାୟତାରେ ଏଲଓସିରେ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ପାକିସ୍ତାନର ଆଉ ଏକ ଉଦ୍ୟମ ପଣ୍ଡ ହୋଇଛି। ଜାମ୍ମୁ ଓ କାଶ୍ମୀର ଅଖନୁର ଅଞ୍ଚଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର। ଦୁଇଟି...

high-court
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଡ଼ ଶୁଣାଣି କରିଛନ୍ତି ହାଇକୋର୍ଟ। ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଟଙ୍କା ୭ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ...

bmc
ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ...

madhu
ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ମୁମ୍ବାଇ: ବଲିଉଡରେ ଡ୍ରଗସ ଲିଙ୍କ୍ ମାମଲାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁମ୍ବାଇରେ ପ୍ରବଳ ବର୍ଷା ପରେ ବି ଆଜି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ଖୋଳତାଡ଼ ହୋଇଛି। ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରିଛି ଏନସିବି। KWAN କମ୍ପାନୀ ସହ ଏବେ ମଧୁ କାମ...

deepika
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନସିବି) ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି।...

rain
୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୨୫ରୁ ୨୮ ତାରିଖ ଯାଏ ବର୍ଷା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା,...

marsh1
ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡରଙ୍କୁ ହାଇଦ୍ରାବାଦ ଟିମରେ ସାମିଲ୍ କରାଯାଇଛି। 🚨 Official Statement 🚨 Mitchell Marsh...

ips
ବରିଷ୍ଠ IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର...

elecricity-bill
ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ୍‌ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି। ୟୁନିଟ୍ ପିଛା ୨୦...

covid19
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିକ୍ରମରେ ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ଆଉ ୪୦୫୨ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୫୭୨୬୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌...

rohit
ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆବୁ ଧାବି: ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟିମର ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ମୁମ୍ବାଇ...

suresj
ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦିଙ୍କର କରୋନାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୧ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲା। ଯାହା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

bhupesh
ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର। ‘ଭିକି ଡୋନର୍’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଭୂପେଶ କୁମାର ପାଣ୍ଡ୍ୟାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତ ନେଇ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା ସୂଚନା ଦେଇଛି। ଦୀର୍ଘଦିନ ସେ କ୍ୟାନସରରେ ପୀଡ଼ିତ ଥିଲେ,...