ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ବର୍ଷା ରେକର୍ଡ ହୋଇଛି।
ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ...
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭିଜିଲାନ୍ସ ଟିମ୍ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି।
ଯଦି ଜନବସତି ପ୍ରଭାବିତ ହୁଏ, ତା’ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି।
ଆଜି ୨୦୨୧ ମସିହା ସେପ୍ଟେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ସିଂହ ୨୯ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...
ଅନୁଗୁଳ- ତାଳଚେର ରୋଡ୍ ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍ର ରୁଟ୍ରେ ପରିବର୍ତ୍ତନ କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ ବୋଲି କହିଲେ ସାଂସଦ ଭର୍ତ୍ତୃହରି ମହତାବ। ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଚ୍ଛଲ୍ୟ କରିବାକୁ ବି ପଛାଇ ନାହାନ୍ତି ଭର୍ତ୍ତୃହରି।
ହୋଟେଲ ମାଲିକଙ୍କ ଦାଦାଗିରି। ୫ ଟଙ୍କା ପାଇଁ ନିର୍ଧୂମ ମାଡ଼ ମାରିଲେ ହୋଟେଲ ମାଲିକ। ଗ୍ରାହକଙ୍କୁ ନିର୍ଧୂମ ପିଟିଲେ ହୋଟେଲ ମାଲିକ ଓ ତାଙ୍କ ପୁଅ। ଗ୍ରାହକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ।
ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍। ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ। ଗତକାଲି ବିଜୟ ରୁପାଣୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁ ଦଳରେ ରେସ୍ ଦେଖିବାକୁ ମିଳିଛି।
ଭୁବନେଶ୍ୱରରେ ଡେଲିଭରି ବଏଙ୍କୁ ଅପହରଣ ଅଭିଯୋଗ। ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଡେଲିଭରି ବଏଙ୍କ ଚପଲ, ମନିପର୍ସ ପଡ଼ିଛି। ଅପହରଣ ହୋଇଥିବା ନେଇ ନିଜେ ପରିବାର ଲୋକଙ୍କୁ ଭଏସ ମେସେଜ ଦ୍ୱାରା କହିଛନ୍ତି ଅପହୃତ ବାଳକ।
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୮କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୪୯ ସଂକ୍ରମିତ ଚିହ୍ନଟ। ସେଥିମଧ୍ୟରେ ୧୦୩ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି।
କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ...
ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମଥାନୀ ଠାରେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ ପ୍ରବାହିତ ହେଉଛି।
କୁଆଡ଼େ ଗଲେ ଭୁବନେଶ୍ୱରର ଡେଲିଭରି ବଏ ପତିତପାବନ ପୃଷ୍ଟି ? ଗତକାଲି ରାତିରୁ ନିଖୋଜ ଥିବା ପତିତପାବନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନି। କିଏ ତାଙ୍କୁ ଅପହରଣ କଲା ? କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଗଲା ? ନା ଏପଛରେ ରହିଛି ଅନ୍ୟ କିଛି କାରଣ ତାକୁ...
ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି।
ଆଜି ୨୦୨୧ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ, ରବିବାର, ସିଂହ ୨୨ ଦିନ ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଷଷ୍ଠୀ ତିଥି,ବିଶାଖା ନକ୍ଷତ୍ର, ବିଛାଚନ୍ଦ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...
ଉତ୍ତର-ପଶ୍ଚିମ ଓ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇପାରେ।