ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ହୋଇଥିବା ନୀତି ନିୟମ ଉଲ୍ଲଂଘନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ୨ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ...
ବଲାଙ୍ଗିର: ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍ ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ଏହାପରେ ମନୋହରପୁର ପୁଲିସ୍ ବାରାକରେ ତାଙ୍କୁ ଘନ ଘନ ଜେରା...
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଘର ମରାମତି କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା। ମୃତକ ହେଲେ ଘର ମାଲିକ ବନମାଳୀ ସାହୁ(୬୦), କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା(୨୫)।...
ମୁମ୍ୱାଇ: ବଲିଉଡର ଭାଇଜାନ ସଲମାନ୍ ଖାନ୍ଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍ରେ ଥାଆନ୍ତି। ପୁଣି ଏବେ ତାଙ୍କୁ ନେଇ ଚର୍ଚ୍ଚା। ଭାଇ ସଲମାନ୍ଙ୍କ ଦ୍ୱାରା ଗିଫ୍ଟ ପାଇଥିବା ଲକ୍ଜୁରି ବିଏମଡବ୍ଲୁ କାର୍କୁ ବିକ୍ରି କରିବାକୁ ଲାଗି ଅର୍ପିତା ଏବେ...
ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି।
ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।
ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।
ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି।
ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।
ଏବେ କରୋନା ଭାଇରସ୍ର ନୂଆ ନୂଆ ଭାରିଏଣ୍ଟ୍ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି।
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।
କୋପା ଆମେରିକା ଫୁଟବଲ୍ ଫାଇନାଲ୍(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍ ମ୍ୟାଚ୍ରେ ବ୍ରାଜିଲକୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍।
ଏସ୍ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।
କେନ୍ଦୁଝର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ କେନ୍ଦୁଝର ପୁଲିସ୍ ୭ଜଣଙ୍କୁ ଗିରଫ କରିଛି। ଏମାନେ ଚାକିରି କରାଇ ଦେବା କହି ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍ କହିଛି। ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ...
ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ...