ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ...
ଭୁବନେଶ୍ୱର : ରାଜଧାନୀ ରାସ୍ତାରେ ବୁଲୁଛନ୍ତି ଯମ ଓ ଚିତ୍ରଗୁପ୍ତ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଏଭଳି ଢଙ୍ଗରେ ସଚେତନ କରୁଛି ପୁଲିସ୍। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଝଡ଼ିପଡ଼ୁଛି ୧୨ରୁ ଅଧିକ ଜୀବନ। ଏଥିପାଇଁ ଯେ କେବଳ ଅସୁରକ୍ଷିତ ଗାଡ଼ିଚାଳନା ଦାୟୀ ତାହା ନୁହେଁ,...
ଭୁବନେଶ୍ୱର : ବଦଳିପାରେ କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସ୍ସିର ନିୟମ। ସହଜ ଓ ସରଳ ହୋଇପାରେ ଆୟୋଗର ସର୍ତ୍ତାବଳୀ। ଭୁବନେଶ୍ୱରରେ ଅନୁଷ୍ଠିତ ୟୁପିଏସ୍ସି ଓ ବିଭିନ୍ନ ରାଜ୍ୟର ପିଏସ୍ପି ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ମିଳନୀରେ ଆଜି ଏଭଳି କେତେକ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ପ୍ରସ୍ତାବ ଅନୁସାରେ, ସିଭିଲ...
ସାଲେପୁର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଜିଲ୍ଲା ଗସ୍ତ। ଆଜି ମାହାଙ୍ଗା ବ୍ଲକ୍ ଲଳିତଗିରି ପଂଚାୟତ ସ୍ଥିତ ଓଳାଶୁଣୀ ଗୁମ୍ଫାରେ ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କରିବା ସହ ମେଳା ବୁଲି ଦେଖିଥିଲେ। ଏଥିସହ ଲଳିତଗିରି ଠାରେ ଥିବା ବୁଲେଟ୍ପ୍ରୁଫ୍ ମ୍ୟୁଜିୟମ୍ରେ ବୁଦ୍ଧଙ୍କ...
ଭୁବନେଶ୍ୱର : ଲଭ୍, ସେକ୍ସ ଆଉ ତାପରେ ଲୁଟ୍। ଜଣେ ନୁହେଁ କି ଦୁଇଜଣ ନୁହେଁ ; ଏମିତି ଏକାଧିକ ମହିଳା ଓ ଯୁବତୀଙ୍କୁ ଧୋକା ଦେଇଛି ଜଣେ ୪୨୦ ଲଭର। ନାଁ ପ୍ରିୟ ରଞ୍ଜନ ନାୟକ। ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ। ଅଭିଯୋଗ ଅନୁସାରେ, ଏହି ୪୨୦...
ପୁରୀ : ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରିତନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ...
ପ୍ରୟାଗରାଜ୍ : କୁମ୍ଭମେଳାରେ ଅଘଟଣ। ପ୍ରୟାଗରାଜ୍ରେ ଚାଲିଥିବା କୁମ୍ଭମେଳାର ଗୋଟିଏ ଭାଗରେ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ମୁତାବକ ନିଆଁ ଲାଗିଯିବା ଫଳରେ ଦୁଇଟି ଟେଣ୍ଟ ପୋଡ଼ି ଯାଇଛି। ଆଂଶିକ ଭାବେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।...
ୱେଲିଂଟନ୍ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ୱେଲିଂଟନ୍ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ...
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଗାଁର ତେଜରାତି ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସୁବିଧାରେ ମଦ ମିଳୁଥିବାରୁ ଛୁଆଠୁ ବୁଢ଼ା, ମଦ ପିଇ ନିଶାରେ ଚୁର ରହୁଛନ୍ତି। ଫଳରେ ଗଣ୍ଡଗୋଳ ହେଉଛି।...
ପୁରୀ : ଫେବ୍ରୁଆରୀ ୨୭ତାରିଖରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହେବ। କିନ୍ତୁ ତା ପୂର୍ବରୁ ଆମିକସ କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସରକାରଙ୍କ ସହ ଆଲୋଚନା କରିବେ। ଆସନ୍ତା ୨୨ ଓ ୨୩ତାରିଖରେ ସେ ପୁରୀ ଆସିବେ। ଏହାପରେ...
ଭୁବନେଶ୍ୱର : ଆସନ୍ତା ୧୫ତାରିଖରେ ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ। ଏହି ଦିନ ସେ ସମ୍ବଲପୁର ଆସିବେ। ସମ୍ବଲପୁରରେ ୪ଟି ଲୋକସଭା କ୍ଷେତ୍ରର ସଂଗଠକମାନଙ୍କୁ ନେଇ ଅମିତ୍ ଶାହ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଏବଂ...
ଭୁବନେଶ୍ୱର : ମମତା ବାନାର୍ଜୀ କଥା ହେବା ପ୍ରସଙ୍ଗକୁ ଅସ୍ୱୀକାର କରିଛନ୍ତି ନବୀନ। ଗତ ବର୍ଷ ମଧ୍ୟରେ ଟିଏମ୍ସିର କୌଣସି ନେତା ତାଙ୍କ ସହ ଆଲୋଚନା କରିନଥିବା ନବୀନ କହିଛନ୍ତି। ସିବିଆଇ ଜେରା ନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ପଷ୍ଟୀକରଣ ମାଗିବାକୁ ମୁଖ୍ୟମନ୍ତ୍ରୀ...
ଲଣ୍ଡନ : ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବା ଲାଗି ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନ୍ ସରକାରଙ୍କ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ୧୪ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ମାଲ୍ୟା। ମାଲ୍ୟାଙ୍କ ବିରୋଧରେ ବ୍ୟାଙ୍କ ଋଣ...
ଭୁବନେଶ୍ୱର : ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରେ ମାଳ ମାଳ ଯୋଜନାର ଗୋଲାପୀ ଚିତ୍ର। କୃଷି, ଶିଶୁ ମୃତ୍ୟୁହାର,ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତୀକରଣ, ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ର ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଶହେରୁ ଅଧିକ ଯୋଜନା ସମ୍ପର୍କରେ ବଖାଣିଛନ୍ତି...
ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ଲାଗି ଖୁସି ଖବର। ଏଣିକି ଅନ୍ଲାଇନ୍ରେ ହେବ UPSC ଓ OPSC ପରୀକ୍ଷା। ଫର୍ମ ପୂରଣ ଠାରୁ ପରୀକ୍ଷା ଫଳ, ଅନ୍ଲାଇନ୍ରେ ହେବ ସବୁ କାମ। ଭୁବନେଶ୍ୱରରେ ଅନୁଷ୍ଠିତ UPSC ଓ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଏନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ...
ଭୁବନେଶ୍ୱର : ମୋଦି ଶାହା-ଯୋଡ଼ିଙ୍କ ଘନ ଘନ ଓଡ଼ିଶା ଗସ୍ତ। ଦେଢ଼ ମାସ ଭିତରେ ୫ଟି ବଡ଼ ସାଧାରଣ ସଭା। ମୋଦିଙ୍କ ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀର ସମାବେଶ ପରେ ସାଲେପୁର ଓ ପୁରୀରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି ଶାହା। ମୋଦି- ଶାହା ଯୋଡିଙ୍କ ଏ ୫ ସଭା...
ଭୁବନେଶ୍ୱର : କୋଲକାତାରେ ସିବିଆଇ-ମମତା ସରକାର ମୁହାଁମୁହିଁ। ଦିଲ୍ଲୀରେ ହଲଚଲ୍। ଆଉ ପ୍ରସଙ୍ଗ ସମାନ ଦେଖି ଦିଦିଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡି ନେତା। ସଂସଦରେ ଏହି ପ୍ରସଙ୍ଗ ଉଠାଇ ସବିଆଇ ଉପରେ ବର୍ଷିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଆଉ କହିଛନ୍ତି, ସିବିଆଇ କେନ୍ଦ୍ରର...
ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣ୍ଡଯୁଦ୍ଧ। ମୁହାଁମୁହିଁ ହେଲେ ପୁଲିସ୍ ଓ ଆନ୍ଦୋଳନକାରୀ। ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତି, ପ୍ରଶାସନର ଆକ୍ରୋଶର ପ୍ରତିବାଦ କରି ୧୫ ଦଫା ଦାବି ନେଇ ଧାରଣାରେ...
ନୂଆଦିଲ୍ଲୀ : ଆଜି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଋଷିକୁମାର ଶୁକ୍ଲା। ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ଋଷିକୁମାର। ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ସେ। ଗତ ସପ୍ତାହରେ ସିବିଆଇ ମୁଖ୍ୟ...
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଜଣେ ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ...