• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

pratyiusha
ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର: କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ ଯୋଗଦେବେ।...

rkl
ରାଉରକେଲା ରେଳଷ୍ଟେସନରୁ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ, ୩ ଗିରଫ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍‌ରୁ ରେଳବାଇ ପୁଲିସ୍‌ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍‌ ଶ୍ରୀବାସ୍ତବ। କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍‌ରେ...

holi
ହୋଲି ରଙ୍ଗରେ ରଙ୍ଗୀନ ହେଲେ ରାଜନେତା

ଭୁବନେଶ୍ୱର: ଆଜି ସାରାଦେଶରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ହୋଲି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେଡି ନେତା ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର...

congress
କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ...

arrest
ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍‌ ଠାବ କରିଛି। ପୁଲିସ୍‌ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି...

bjp
ଗୁଇନ୍ଦା ଚିଠି ପ୍ରସଙ୍ଗ: ଥାନାରେ ହାଜର ହେଲେ ସମୀର ମହାନ୍ତିଙ୍କ ଓକିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳ ସଂପର୍କିତ ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ଖାରବେଳ ନଗର ଥାନାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଓକିଲ ହାଜର ହୋଇଛନ୍ତି। ତାଙ୍କ ସହ ସମୀରଙ୍କ କିଛି ସମର୍ଥକ ମଧ୍ୟ ଥାନାକୁ ଯାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଖାରବେଳନଗର ପୁଲିସ୍...

holi
ଏକାଠି ଫଗୁ ଖେଳିଲେ ସବୁ ଧର୍ମର ଲୋକେ

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ରେଙ୍ଘାଳରେ ଫଗୁ ଖେଳ ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ମନାଉଛନ୍ତି ହୋଲି। ରେଙ୍ଘାଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକେ ବେଶ୍‌ ଧୂମଧାମରେ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭକାମନା...

BJD
ବିଜେଡି ଛାଡ଼ିଲେ ବିକାଶ ଚନ୍ଦ୍ର ଗିରି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ସେତେ ପରିମାଣରେ ବଢ଼ିବାରେ ଲାଗିଛି। ଏହି ଧାରାରେ ସବୁଠାରୁ ଆଗରେ ରହିଛି ବିଜେଡି। ଟିକେଟ୍‌ ନପାଇ ସିଟିଂ ଏମ୍‌ପି, ବିଧାୟକ ଓ ନେତା ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ବିଜେଡି...

rout
ଦାମ ରାଉତଙ୍କ ପତ୍ନୀଙ୍କ ବିୟୋଗ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସ୍ନେହଲତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କ...