ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଏହି ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଫାରୁକ ଅସଦ ନାଲି ନାମକ ଜଣେ ହିଜବୁଲ୍ କମାଣ୍ଡର ଏବଂ ଜଣେ ବିଦେଶୀ ନଗରିକ ଥିବା ଜଣାପଡ଼ିଛି। ମୃତ...
ପାଟନା: କରୋନା ଲଢ଼େଇରେ ଲୋକଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ଅପରାହ୍ନ ୪ଟାରେ ବିହାରରେ ଭର୍ଚୁଆଲ୍ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିହାରରେ ଜନସମ୍ବାଦ ନାଁରେ ଅନ୍ଲାଇନ ରାଲି ଆୟୋଜନ କରି ଏହା ନିର୍ବାଚନୀ ରାଲି ନୁହେଁ ବୋଲି କହିବା ସହିତ ବିଜେପିର ୭୨ ହଜାର...
ଭୁବନେଶ୍ୱର: କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଧ୍ୟତାମୂଳକ ଭାବେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଓଲଟା ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଛି। ସମ୍ବଲପୁରରେ ଭିସୁଟ୍ କର୍ତ୍ତୃପକ୍ଷଙ୍କ...
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା...
ଭୁବନେଶ୍ୱର: କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଥମୁନି ବିବାଦ। କେଳେଙ୍କାରୀର ଆଉ କିଛି ତଥ୍ୟ ରଖି କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ ବିଜେପି ବି ଶାଣିତ ଆକ୍ରମଣ କରିଛି। ଯେଉଁ ମାସ୍କକୁ ଗମେଣ୍ଟ ଇ-ମାର୍କେଟପ୍ଲସ୍ରୁ ଅନ୍ୟ...
ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ। ରକ୍ତଚାପ ବୃଦ୍ଧି ଯୋଗୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଦୀର୍ଘ ଦିନ ହେଲା ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ସହ ରକ୍ତଚାପ ସମସ୍ୟା ରହିଥିଲା।...
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା। ଜିଲ୍ଲାର ପ୍ରତି ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ପ୍ରତି ଟିମ୍ରେ ୪ ଜଣ ସଦସ୍ୟ ରହିବେ।...
ଭୁବନେଶ୍ୱର: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ୩ଟି ଏୟାର୍ ଏସିଆ ବିମାନରେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ଓଡ଼ିଶା ସରକାର। ପ୍ରାୟ ୩୫୦ ପ୍ରବାସୀ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ...
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଅଧତ୍କାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖା ଦେଇଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ...
ଭୁବନେଶ୍ୱର: ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା ଲକ୍ଷଣ ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ...
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ମଧ୍ୟରୁ ଖୋର୍ଦ୍ଧା-୩୯, ଗଜପତି-୨୩, ନୂଆପଡ଼ା୨୨, ଭଦ୍ରକରୁ ୧୭ ସୁସ୍ଥ, ନୟାଗଡ଼-୧୫, ଗଞ୍ଜାମ-୧୪, କେନ୍ଦ୍ରାପଡ଼ାରୁ ୧୦,ସୁନ୍ଦରଗଡ଼ ୬,...