• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

odisha-1
ରାଜ୍ୟରେ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ ହୋଇଛନ୍ତି। ସେହିପରି ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ...

corona
ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା: ଡାକ୍ତର ଓ ନର୍ସଙ୍କୁ କରୋନା

ନୟାଗଡ଼: ରାଜ୍ୟରେ ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା...

ପୋଈଓସୋ
ବିଜେପିର ଭର୍ଚୁଆଲ ରାଲିରେ ଧର୍ମେନ୍ଦ୍ର କହିଲେ ହିସାବ ଦେଇଥିବାରୁ ମୋଦିଙ୍କୁ ଆଶୀର୍ବାଦ ମଳିଲା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଅବସରରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି। ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ...

corona
ଦେଶରେ ଦିନକୁ ଦିନ ସଂଗୀନ ହେଉଛି କରୋନା ସ୍ଥିତି: ୯ ହଜାର ୯୮୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି। ପୂର୍ବରୁ ହାଜାରେ ଦୁଇ ହଜାର ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏବେ ଗୋଟିଏ ଦିନରେ ୮, ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବି ଏହି ସଂଖ୍ୟାରେ କମ୍‌ ହୋଇନି। ଆଜି ଦିନକରେ ୯...

ndrf
ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ୫୦ NDRF ଯବାନଙ୍କୁ କରୋନା

ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF...

ARJNU SETHI DEAD
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଓଡ଼ିଶା ରାଜନୀତିରେ ଅର୍ଜୁନ ଜଣେ ଖୁବ୍ ଟାଣୁଆ ଓ ସଫଳ...

asit-tripathy
ରାଜ୍ୟରେ କରୋନା ମୁକାବିଲା ପାଇଁ ଏମିତି ହେବ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ଗୋଷ୍ଠୀ ସଚେତନତାକୁ ଅସ୍ତ୍ର କର ଓଡ଼ିଶାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୂଚନା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ...

amit shah
ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼

ଭୁବନେଶ୍ୱର: ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼। ପୂରା ହେବ ଅଧୁରା କାମ। ରାଜ୍ୟରେ ପ୍ରତି ଘରେ ଘରେ ପହଞ୍ଚିବ ମୋଦି ସରକରାଙ୍କ ୬ ବର୍ଷର ସ୍ୱର୍ଣ୍ଣିମ ଶାସନର ସଫଳତାର ଗାଥା। ଆଜି ନୂଆଦିଲ୍ଲୀରେ ଭର୍ଚୁଆଲ୍ ଓଡ଼ିଶା ସମ୍ବାଦ ରାଲିକୁ ଉଦବୋଧନ କରି ବିଜେପି କର୍ମୀଙ୍କୁ ଏଭଳି ଆହ୍ୱାନ...

hh
ବନ୍ଦେ ଉତ୍କଳ ଜନନୀ ଗାୟନ ଅବଧିରେ ପରିବର୍ତ୍ତନ; ଏତିକି ସମୟ ଭିତରେ ଗାଇବାକୁ ହେବ

ଭୁବନେଶ୍ୱର: ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ଗାୟନ ଅବଧି କମାଇଲେ ରାଜ୍ୟ ସରକାର। ଏହାର ସମୟ ଅବଧି ୨ ମିନିଟ ୧୧ ସେକେଣ୍ଡ ହେବ ବୋଲି OTV କୁ କହିଛନ୍ତି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ। ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ...

cko
କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ସରକାର

ଭୁବନେଶ୍ୱର: କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ପଡ଼ିଛନ୍ତି ସରକାର। ସରଞ୍ଜାମ କିଣାରେ କେନ୍ଦ୍ର ଗାଇଡ୍ ଲାଇନ୍‌ର ଉଲ୍ଲଂଘନ ସହ ବ୍ୟାପକ ଦୁର୍ନୀତିର ଅଭିଯୋଗରେ ସିବିଆଇ କିମ୍ବା ଜୁଡିସିଆଲ୍ ଇନ୍‌କ୍ୱାରୀ ଦାବି ହୋଇଛି। ଏଥିପାଇଁ ହାଇକୋର୍ଟରେ ପୃଥକ ପୃଥକ ଦୁଇଟି ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି।...

thunderst
ଘାତକ ହେଲା ବଜ୍ରାଘାତ; ଗଲା ୮ ଜୀବନ

ଭୁବନେଶ୍ୱର: ପୁଣି ଘାତକ ହେଲା ବଜ୍ରାଘାତ। ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ଜୀବନ ଯାଇଛି। ଗଜପତି ମୋହନାରେ ଜଣେ, ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ା ମହାକାଳପଡ଼ା, ଜଗତସିଂହପୁର ବାଲିକୁଦା ବ୍ଲକରେ ଜଣେ ଲେଖାଏଁ...

sj
'ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ'

ଭୁବନେଶ୍ୱର: ଆଜି ଓଡ଼ିଶା ଜନସମ୍ବାଦ ରାଲିରେ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଭର୍ଚୁଆଲ ରାଲିରେ ସମ୍ବୋଧନ କରି ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି...