ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମିକା-ପ୍ରେମିକଙ୍କ ପାଇଁ ଦିନଟି ଉତ୍ତମ । ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ନାନା ତୀର୍ଥ ଭ୍ରମଣ, ସାମୟିକ ବ୍ୟାଧି ଓ ପୀଡା, ଅତ୍ୟଧିକ ବ୍ୟୟ, ସ୍ୱାସ୍ଥ୍ୟ ଭଗ୍ନ ଇତ୍ୟାଦି କରାଇବା ସଙ୍ଗେ ସଙ୍ଗେ ନାନା ଯୋଜନା ମଧ୍ୟ ପ୍ରସ୍ତୁତ କରିବେ । ଯଦିଓ ସେଥିରେ ଅକୃତ କାର୍ଯ୍ୟ ହେବାର ସମ୍ଭାବନା ରହିବ । ଭାବିଚିନ୍ତି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ । ନିଜର ବୁଦ୍ଧିମତ୍ତାର ପ୍ରୟୋଗ କରି ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେବେ । ବନ୍ଧୁ ଗହଣରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି ।
ପ୍ରତିକାର- ମା’ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩