• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th August 2023: ଏହି ରାଶିର ବ୍ୟକ୍ତି ଆଜି ଶୁଭଖବର ପାଇବେ,ପ୍ରୀତ ହୋଇଯିବ ମନ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ ।

Aquarius

କୁମ୍ଭ

Saturday 19 Aug 2023

ଧନିଷ୍ଠା- କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି ।

ଶତଭିଷା- ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଅଧିକାଂଶ ସମୟ ତର୍କବିବାଦରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍ ହେବ ନାହିଁ।

ପୂ, ଭାଦ୍ରପଦ- ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାରେ ଡେରି କରିବ ।

ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :