ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ ।
ଉ- ଫାଲ୍ଗୁନୀ- ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କର୍ମକ୍ଷେତ୍ରରେ ଉପର କର୍ମକର୍ତ୍ତାମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିପାରନ୍ତି ।
ହସ୍ତା- ଅଫିସ୍ କାର୍ଯ୍ୟରେ ବେଶି ବ୍ୟସ୍ତ ରହି ଘର ପାଇଁ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି। ରାଜନୀତିରେ ଜନସେବା ପ୍ରତି ମନ ବଳିବ ।
ଚିତ୍ରା- ଯାନବାହନରେ ସତର୍କ ରୁହନ୍ତ, ଅନ୍ୟଥା ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ମହିଳା ମାନେ ଘର କାମରେ ଅଧିକ ବ୍ୟସ୍ତ ରହି ପାରନ୍ତି ।
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫