• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd October 2023: ଏହି ରାଶିର ବ୍ୟକ୍ତି ପରକଥାରେ ପଡ଼ି ହଇରାଣ ହେବେ !!

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । ତିଥି- ୪ର୍ଥୀ ପ୍ରାତଃ୦୬.୧୨ ଗତେ ୫ମୀ (କ୍ଷୟ) ନିଶାନ୍ତ ୦୫.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୨ ପାଦ- କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୩ ଗତେ ୧ ପାଦ କୃଷି ହାନି – ଭୂମିଦାନ ।

Sagittarius

ଧନୁ

Tuesday 03 Oct 2023

ମୂଳା- ଆର୍ଥିକ ଦିଗରୁ ସାମାନ୍ୟ ସୁବିଧା ହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳ କ୍ରମେ ସମାଧାନ କରି ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଧାରା ଖୋଲିବା ଫଳରେ ଆଶାତୀତ ଲାଭ ପାଇବେ ।

ପୂ, ଷାଢା- ରାଜନୀତିରେ ଶତୃମାନେ ମିତ୍ର ଭାବର ଆଚରଣ କରିବେ । ପିଲାମାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିପାରନ୍ତି । ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ମନେ ଦେଇ ଅଧୁରା କାର୍ଯ୍ୟ ପୁରା କରିବେ ।

ଉ, ଷାଢା-ପୈତୃକ ସମ୍ପତି ପାରିବାରିକ ଦ୍ୱନ୍ଦର ସମାଧାନ ହୋଇପାରେ । ସନ୍ତାନ ସନ୍ତତି ଙ୍କର ବିଦ୍ୟାରେ ଓ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ଆନନ୍ଦିତ ହେବେ । କଳା , ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ହାସଲ କରିବେ ।

ପ୍ରତିକାର – ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :