• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd October 2023: ଏହି ରାଶିର ବ୍ୟକ୍ତି ପରକଥାରେ ପଡ଼ି ହଇରାଣ ହେବେ !!

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । ତିଥି- ୪ର୍ଥୀ ପ୍ରାତଃ୦୬.୧୨ ଗତେ ୫ମୀ (କ୍ଷୟ) ନିଶାନ୍ତ ୦୫.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୨ ପାଦ- କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୩ ଗତେ ୧ ପାଦ କୃଷି ହାନି – ଭୂମିଦାନ ।

Libra

ତୁଳା

Tuesday 03 Oct 2023

ଚିତ୍ରା- ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।

ସ୍ୱାତୀ- ପରକଥାରେ ପଡ଼ି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବେ। ଅପୂରଣୀୟ ଆଶା ମନରେ ଆଲୋଡ଼ନ କରିବା କାରଣରୁ ସାମୟିକ ଅଶାନ୍ତି ରହିବେ। ଆମଦାନୀ କାରବାର କ୍ଷେତ୍ରରେ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।

ବିଶାଖା- ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ଭୁଲ୍ ମାର୍ଗର ଅନୁସରଣ କରି ପସ୍ତେଇବେ । ବନ୍ଧୁଙ୍କ ସମ୍ପର୍କରେ କୌଣସି ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

ପ୍ରତିକାର – ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :