• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd October 2023: ଏହି ରାଶିର ବ୍ୟକ୍ତି ପରକଥାରେ ପଡ଼ି ହଇରାଣ ହେବେ !!

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । ତିଥି- ୪ର୍ଥୀ ପ୍ରାତଃ୦୬.୧୨ ଗତେ ୫ମୀ (କ୍ଷୟ) ନିଶାନ୍ତ ୦୫.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୨ ପାଦ- କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୩ ଗତେ ୧ ପାଦ କୃଷି ହାନି – ଭୂମିଦାନ ।

Aquarius

କୁମ୍ଭ

Tuesday 03 Oct 2023

ଧନିଷ୍ଠା- ବ୍ୟବସାୟୀ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି । ଦାମ୍ପତ୍ୟ ଜିବନରେ ପ୍ରେମ ରହିବ । ପରସ୍ପର ସହ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଶତଭିଷା- ସରକାରୀ ଚାକିରିଆଙ୍କୁ ଦୂରଯାତ୍ରା କରିବାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ।

ପୂ, ଭାଦ୍ରପଦ- ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ; ଯାହା ଦ୍ୱାରା କାମ ହାସଲ ସହଜ ହୋଇପାରିବ । ସମସ୍ୟାର ସମାଧାନ ହେବାରେ ସମୟକୁ ଅପେକ୍ଷା କରିବାକୁ ପଡ଼ିପାରେ। ରୋଗ, ଋଣ ଓ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ।

ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :