• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd October 2023: ଏହି ରାଶିର ବ୍ୟକ୍ତି ପରକଥାରେ ପଡ଼ି ହଇରାଣ ହେବେ !!

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର । ତିଥି- ୪ର୍ଥୀ ପ୍ରାତଃ୦୬.୧୨ ଗତେ ୫ମୀ (କ୍ଷୟ) ନିଶାନ୍ତ ୦୫.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମକର । ପୁଷ୍କର ଦୋଷ- ୨ ପାଦ- କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୩ ଗତେ ୧ ପାଦ କୃଷି ହାନି – ଭୂମିଦାନ ।

Cancer

କର୍କଟ

Tuesday 03 Oct 2023

ପୁନର୍ବସୁ- ସ୍ୱାସ୍ଥ୍ୟରେ ଆଂଶିକ ଉନ୍ନତି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ । ବକେୟା ପ୍ରାପ୍ତିକୁ ଦୃଷ୍ଟିରେ ରଖି ବିନୟପୂର୍ଣ୍ଣ କଥା କହିଲେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ ।

ପୁଷ୍ୟା- ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କର କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।

ଅଶ୍ଳେଷା- ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବାଦବିବାଦ କ୍ରମେ ଜଟିଳ ହୋଇପାରେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ଯ୍ୟ ହାସଲ କରିବେ। ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିପାରେ।

ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :