• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2023: ଏହି ରାଶିର ବ୍ୟକ୍ତି ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ –୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ । ପ୍ରାତଃ ୦୭.୩୫ ଗତେ ୧ ପାଦ କୃଷିହାନି-ଭୂମିଦାନ । ଦିବା ୦୯.୧୭ ଗତେ ୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ।

Libra

ତୁଳା

Saturday 16 Sep 2023

ଚିତ୍ରା- ବିବାହ ଆଶାୟୀ ଯୁବକ, ଯୁବତୀ ମାନଙ୍କ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ । ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି । ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ ।

ସ୍ୱାତୀ- ସାମାଜିକ କ୍ଷେତ୍ରରେ କୈାଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ସମ୍ମାନିତ ହୋଇପାରନ୍ତି । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନେ ପରୋକ୍ଷ ସମାଲୋଚନା କରିପାରନ୍ତି ।

ବିଶାଖା - ଯେକୌଣସି କାର୍ଯ୍ୟରେ ହେଉନା କାହିଁକି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ନୂତନ ଯାନବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ନେଇଥିବା ସିଦ୍ଧାନ୍ତ ବଦଳାଇ ପାରନ୍ତି ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :