• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2023: ଏହି ରାଶିର ବ୍ୟକ୍ତି ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ –୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ । ପ୍ରାତଃ ୦୭.୩୫ ଗତେ ୧ ପାଦ କୃଷିହାନି-ଭୂମିଦାନ । ଦିବା ୦୯.୧୭ ଗତେ ୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ।

Aquarius

କୁମ୍ଭ

Saturday 16 Sep 2023

ଧନିଷ୍ଠା- ଅତୀତ ଘଟଣା ସମୂହକୁ ମନେପକାଇ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ।

ଶତଭିଷା- ଆଜିର ଅଫିସ୍ କାମରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ । ସରକାରୀ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

ପୂ, ଭାଦ୍ରପଦ- ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମକୁ ଚଳାଇ ନେବେ । କୌଣସି ଅତ୍ୟାବଶ୍ୟକୀୟ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :