• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2023: ଏହି ରାଶିର ବ୍ୟକ୍ତି ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ –୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ । ପ୍ରାତଃ ୦୭.୩୫ ଗତେ ୧ ପାଦ କୃଷିହାନି-ଭୂମିଦାନ । ଦିବା ୦୯.୧୭ ଗତେ ୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ।

Gemini

ମିଥୁନ

Saturday 16 Sep 2023

ମୃଗଶିରା- କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ଅନ୍ୟର ଭଲ କରିବାକୁ ଯାଇ ଅପମାନିତ । ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ

ଆଦ୍ରା- ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ । ବିବାଦୀୟ ଘଟଣା, ଜମିଜମା କଳହ ତଥା ମାଲିମକଦ୍ଦମା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ପୁନର୍ବସୁ- ଯାନବାହାନ ଲାଭ ସାଙ୍ଗକୁ ମନୋରଞ୍ଜନ ଓ ମାଙ୍ଗଳିକ କାମରୁ ଖୁସିରହିବେ । ଅନ୍ୟର ସାହାଯ୍ୟ, ସମର୍ଥନ ଲକ୍ଷହାସଲରେ ସହାୟକ ହୋଇପାରିବ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଅଗ୍ରଣୀ ହେବେ ।

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :