• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2023: ଏହି ରାଶିର ବ୍ୟକ୍ତି ଅନ୍ୟର ଭଲ କରିବାକୁ ଯାଇ ଅପମାନିତ ହେବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର । ଚନ୍ଦ୍ର –କନ୍ୟା ଅହୋରାତ୍ର । ତିଥି –ପ୍ରତିପଦ ଦିବା ୦୯.୧୭ ଗତେ ୨ୟା । ଘାତ ଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତ ବାର – ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ –୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ । ପ୍ରାତଃ ୦୭.୩୫ ଗତେ ୧ ପାଦ କୃଷିହାନି-ଭୂମିଦାନ । ଦିବା ୦୯.୧୭ ଗତେ ୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ।

Taurus

ବୃଷ

Saturday 16 Sep 2023

କୃତିକା- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।

ରୋହିଣୀ- ବିଦ୍ୟାର୍ଥୀମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ ।

ମୃଗଶିରା- କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ବିରୋଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।

ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :