ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୧୩ଶୀ ପ୍ରାତଃ ୦୬.୫୭ ଗତେ ୧୪ଶୀ (କ୍ଷୟ) । ରାତ୍ରି ୦୪.୧୭ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି ।
ଉ, ଷାଢା- ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ରୋଗ ଉପଶମ ମିଳିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ ।
ଶ୍ରବଣା- ସବୁକାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ କରିବେ । ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ । ମାଲି ମକନ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି ।
ଧନିଷ୍ଠା- ଭୂ- ସମ୍ପତ୍ତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳାମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ । ସାମାଜିକ ସ୍ତରରେ ମନ ବୁଝାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ ।
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮