ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୧୩ଶୀ ପ୍ରାତଃ ୦୬.୫୭ ଗତେ ୧୪ଶୀ (କ୍ଷୟ) । ରାତ୍ରି ୦୪.୧୭ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି ।
ଧନିଷ୍ଠା- ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି । ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ । ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।
ଶତଭିଷା- କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟ ବଢ଼ାଇବା ନିମନ୍ତେ ଧାର କରଜ କରି ପାରନ୍ତି । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । ମହିଳା ମାନେ ଆତ୍ମବିଶ୍ଵାସୀ ରହିବେ ।
ପୂ, ଭାଦ୍ରପଦ- କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ । କ୍ୟାରିୟରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ ।
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮