ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୪ଶୀ ଦିବା ୦୪.୧୭ ଗତେ ପୂର୍ଣ୍ଣିମା ,ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି
ମୃଗଶିରା- ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସି୍ଥରତା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ
ଆଦ୍ରା- ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି
ପୁନର୍ବସୁ- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର୍ୟ୍ୟ ପାଇବେ । ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫