Advertisment

Pahalgam Terrorist Attack Photo: ଏପରି ଆଖିବୁଜା ଗୁଳି କରୁଥିଲେ ଆତଙ୍କୀ: ସାମ୍ନାକୁ ଆସିଲା ଫଟୋ

ଗତକାଲି ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଟିଆରଏଫ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal Attack

Naxal Attack

ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ଆତଙ୍କବାଦୀଙ୍କ ପ୍ରଥମ ଫଟୋ। ଆକ୍ରମଣ ମୁଦ୍ରାରେ ଥିବା ଜଣେ ଆତଙ୍କବାଦୀର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ହାତରେ ବନ୍ଧୁକ ଧରି ଅନ୍ଧାଧୁନ ଗୁଳି ଚଳାଉଥିବାର ଫଟୋ ଦେଖିବାକୁ ମିଳିଛି।

Advertisment

ଉଲ୍ଲେଯୋଗ୍ୟ, ଗତକାଲି ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ ଟିଆରଏଫ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍। ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜର ଘନିଷ୍ଠ ସୈଫୁଲ୍ଲାହ କସୁରୀ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସହ କଥା ହେଲେ ଟ୍ରମ୍ପ; କହିଲେ- ଜଘନ୍ୟ ଆକ୍ରମଣର ଦୋଷୀଙ୍କୁ ମିଳିବ ଦଣ୍ଡ

Advertisment

TRFରେ ମୁଖ୍ୟତଃ ହାଇବ୍ରିଡ୍ ଆତଙ୍କବାଦୀ କାମ କରନ୍ତି। ଯାହା ପାକିସ୍ତାନ ଦ୍ୱାରା ପରିଚାଳିତ ହୁଏ। ହାଇବ୍ରିଡ୍ ଆତଙ୍କୀ ଯାହା ଉନ୍ନତଧରଣର ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରୁହନ୍ତି। ଏମାନେ ବର୍ଷ ତମାମ୍ ସାଧାରଣ ଜନତାଙ୍କ ସହ ରୁହନ୍ତି, ନିଜ ଆତଙ୍କୀ ଆକ୍କାରୁ ଅର୍ଡର ମିଳିଲେ ହମଲା କରିଥାନ୍ତି। TRF ଦ୍ୱାରା ମେ’ ୨୦୨୦ରେ ୩ ଯବାନଙ୍କୁ ହତ୍ୟା କରାଯାଇଥିଲା। ଜୁନ୍ ୨୦୨୦ରେ ହିନ୍ଦୁ ସରପଞ୍ଚଙ୍କୁ ହତ୍ୟା, ଅକ୍ଟୋବର ୨୦୨୦ରେ ୩ ବିଜେପି କର୍ମୀଙ୍କୁ ହତ୍ୟା ଏବଂ ଅକ୍ଟୋବର ୨୦୨୧ରେ ୭ ଜଣଙ୍କୁ ହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମଲା: ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଲେ ପ୍ରଧାନମନ୍ତ୍ରୀ

Narendra Modi PM Modi Terror Attack In Kashmir
Advertisment
Advertisment