• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd Mar 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଭ ହିଁ ଲାଭ...

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୨ତାରିଖ ଶନିବାର । ଚନ୍ଦ୍ର- ତୁଳା ଦିବା ୦୮.୧୬ ଗତେ ବିଛା । ତିଥି-୬ଷ୍ଠୀ ପ୍ରାତଃ ୦୭.୫୪ ଗତେ ୭ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ।

Leo

ସିଂହ

Saturday 02 Mar 2024

ମଘା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ବ୍ୟବସାୟରେ ଆଶା ଅନୁରୂପ ଫଳ ପାଇବେ ଓ ଜମା ରାଶି ବୃଦ୍ଧି ପାଇବ । ସାମୟିକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।

ପୂ, ଫାଲଗୁନି- ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ରାଜନୀତିରେ ସୁନାମ ଅର୍ଜନ କରିପାରିବେ । ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ ।

ଉ, ଫାଲଗୁନି- ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞିତ ଅଭିଳାଷ ପୂରଣ ହେବ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ କରିବା ଦ୍ୱାରା ବିବାଦୀୟ ପରିସ୍ଥିତି  ସୃଷ୍ଟି ହୋଇପାରେ ।

ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର-ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ