ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ପୂ, ଭାଦ୍ରପଦ - ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍ ହେବେ।
ଉ, ଭାଦ୍ରପଦ- ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଆକସ୍ମିକ ଭାବରେ ଜଣେ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ । ଆର୍ଥିକ ଅନଟନ ଦୂର ହେବ ।
ରେବତୀ - ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ । ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ ।
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩