ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ
ଚିତ୍ରା - ବୈବସାୟିକ ସ୍ଥିତି ଭଲ ରହିବା ସହ ପରିବହନରେ ଲାଭବାନ ହେବେ । ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ୟ୍ୟକୁ ସମ୍ମାନର ସହ କରିପାରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭକରି ଖୁସୀ ହେବେ ।
ସ୍ୱାତୀ - ପଡୋଶୀ କିମ୍ବା ସହକର୍ମୀ ଅଥବା ଭାଇଭଉଣୀଙ୍କ ଶ୍ରଦ୍ଧାନରକ୍ତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି । କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ବିଶାଖା - ଯାନବାହାନରେ ସତର୍କତା ଅବଲମ୍ବନ କରିବା ଭଲ । ଚାହୁଁ ନ ଥିବା କିଛି କାମ ପରିସ୍ଥିତିରେ ପଡ଼ି କରିବେ। ଅଫିସ୍ରେ ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ ।
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟୋକୁ ପୂଜା କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬