ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ସୋମବାର
ଉ , ଷାଢା - ପୁରାତନ ରୋଗରୁ ଉପଶମ ମିଳିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ। ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ସଭାସମିତିରେ ସୀମାରେ ନରହିଲେ ଆଗକୁ ଅସୁବିଧାର ସାମ୍ନା କରିବାକୁ ପଡିବ
ଶ୍ରବଣା – କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଧନିଷ୍ଠା – ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ କ୍ଷ ମହିଳାଙ୍କ ପାଇଁ ପରିସ୍ଥିତି ଜଟିଳ ହେବ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ କ୍ଷ ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ।
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮