ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୦୪.୨୯ ଗତେ କୁଟୁମ୍ଭହାନି-ତିଳକାଞନ ଦାନ ରାତ୍ରି ୦୨.୪୨ ଗତେ ୨ ପାଦ
ମଘା- ସମସ୍ତ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ନିଜ ମନ ଅନୁଯାୟୀ କର୍ମ କରିବାର ସ୍ୱାଧିନତା ପାଇବେ । ବୈଦେଶିକ ବ୍ୟବସାୟରୁ ଲାଭବାନ୍ ହେବେ
ପୂ- ଫାଲ୍ଗୁନୀ- ଦାମ୍ପତ୍ୟ ଜୀବନରେ ଖୁସି ରହିବା ସହିତ ସାମଞସ୍ୟ ବଜାୟ ରହିବ। ନୂତନ ଭାବରେ ଭୂମି ବା ଗୃହ କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନେ ନିଜର ଜୀବନ ଶୈଳିରେ ପରିବର୍ତନ ଆଣି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।
ଉ- ଫାଲ୍ଗୁନୀ- ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ । କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ । ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ ।
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧