ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୦୪.୨୯ ଗତେ କୁଟୁମ୍ଭହାନି-ତିଳକାଞନ ଦାନ ରାତ୍ରି ୦୨.୪୨ ଗତେ ୨ ପାଦ
ଧନିଷ୍ଠା- ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଦେଖାଦେଇ ପାରେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ପାରିବାରିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ୟ ଜୀବନରେ ସମ୍ପର୍କରେ ଉନ୍ନତି ଆସିବ
ଶତଭିଷା- ଶିକ୍ଷାକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । କୌଣସି ଅତ୍ୟାବଶ୍ୟକ ଜିନିଷ ଖର୍ଚ୍ଚ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ଶିକ୍ଷାରେ ଭଲ କରିବା ପାଇଁ ଅନେକ ଚାପରେ ରହିପାରନ୍ତି ।
ପୂ, ଭାଦ୍ରପଦ- ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଓକିଲାତି ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । ଆୟର ନୂତନ ଉତ୍ସଗୁଡିକ ବିକାଶ କରିବା ପାଇଁ ଚେଷ୍ଟା କରିବେ
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮