ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୩.୪୭ ଗତେ ୧୨ଶୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୪୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ମଘା- ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ୟ୍ୟ ଉତ୍ସାହପୂର୍ଣ୍ଣ ହେବ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । କାର୍ୟ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ
ପୂ,ଫାଲଗୁନି- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ । ଶିକ୍ଷାକ୍ଷେତ୍ରରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିବେ
ଉ,ଫାଲଗୁନି- ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ଶାରୀରିକ ଅସୁସ୍ଥତା ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବା ସହ ଆଶା ଆଶ୍ୱାସନା ଲାଭ କରିବେ
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧