• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23th Dec 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର,ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି- ଅମାବାସ୍ୟା ଦିବା ୦୩.୪୬ ଗତେ ପ୍ରତିପଦ,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।

Leo

ସିଂହ

Friday 23 Dec 2022

ମଘା – ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ

ପୂ , ଫାଲଗୁନୀ - ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ବାକି ପଡିଥିବା ଅର୍ଥକୁ କୈାଶଳରେ ଆଦାୟ କରିବାକୁ ସମର୍ଥ ହେବେ । ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ । ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ

ଉ ,ଫାଲଗୁନୀ – ଭୂମି କ୍ରୟ କରିବାର ସୁଯୋଗ ଅଛି । ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ । ଯଶବୃଦ୍ଧି, ଏବଂ ଗୁରୁକୃପା ଲାଭ କରିବେ । କର୍ମଚିନ୍ତା ସତ୍ୱେ ସର୍ବାଙ୍ଗୀନ ଉନ୍ନତି ବଜାୟ ରହିବ

ପ୍ରତିକାର – ମାଆ ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :