ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର,ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି- ଅମାବାସ୍ୟା ଦିବା ୦୩.୪୬ ଗତେ ପ୍ରତିପଦ,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
ମୃଗଶିରା - ଶାରୀରିକ ପିଡା ଭୋଗ କରି ପାରନ୍ତି । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ । କର୍ତୁପକ୍ଷ ଆପଣଙ୍କୁ କୈାଣସି ବଡ ଦାୟିତ୍ୱ ଦେବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ । ଦୀର୍ଘଦିନର ଆଶା ପୂରଣ ହୋଇପାରେ
ଆଦ୍ରା - ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି ଦେଖା ଦେଇପାରେ । ଠିକ ସମୟରେ କାମ ଆରମ୍ଭ କରନ୍ତୁ ସଫଳତା ପାଇବେ । ଛାତ୍ରଙ୍କୁ କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ
ପୁନର୍ବସୁ - ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ । କୈାଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି । ବୈବାହିକ ଜୀବନରେ ମଧୟରତା ଆସିପାରେ
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫