କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ପ୍ରାତଃ ୦୬.୪୯ ଗତେ ବିଛା । ତିଥି- ୭ମୀ ଦିବା ୦୯.୫୮ ଗତେ ୮ମୀ ଘାତଚନ୍ଦ୍ର- ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୫୮ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ ଦିବା ୦୧.୨୯ ପର୍ଯ୍ୟନ୍ତ ।
ମୃଗଶିରା- କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ବ୍ୟବସାୟୀ ମାନଙ୍କ କାରବାରରେ ଲାଭବାନ୍ ହେବାର ସମ୍ଭାବନା ଅଛି
ଆଦ୍ରା- ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ । ମନୋରଞନ କାର୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପୁନର୍ବସୁ- ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର୍ୟ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫