କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର- ତୁଳା ପ୍ରାତଃ ୦୬.୪୯ ଗତେ ବିଛା । ତିଥି- ୭ମୀ ଦିବା ୦୯.୫୮ ଗତେ ୮ମୀ ଘାତଚନ୍ଦ୍ର- ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୫୮ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ ଦିବା ୦୧.୨୯ ପର୍ଯ୍ୟନ୍ତ ।
ମୂଳା- ସୁଖରେ ସମୟ ଅତିବାହିତ କରିବେ । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ସଫଳତା ମିଳିପାରେ । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି
ପୂ, ଷାଢା- ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ ।
ଉ, ଷାଢା- ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ପ୍ରତିକାର - ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩