ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର-ସିଂହ ଅହୋରାତ୍ର,ତିଥି-୫ମୀ ଦିବା ୧୦.୪୯ ଗତେ ୬ଷ୍ଠୀ,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।
ଉ,ଷାଢା- ସମସ୍ତ କର୍ମରେ ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ପ୍ରାପ୍ତ କରିବେ । ବନ୍ଧୁ ଓ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବେ । ସ୍ୱାସ୍ଥ୍ୟରେ ପରିବର୍ତନ ଦେଖାଦେବ ।
ଶ୍ରବଣା- ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ୟ୍ୟରେ ସଫଳତା ଅବଶ୍ୟ ପାଇବେ। ଉଚ୍ଚବର୍ଗର ଲୋକ ଜଣେ ସାହାଯ୍ୟ କରିବେ । ଦୂରଯାତ୍ରା, ମାଙ୍ଗଳିକ କାର୍ୟ୍ୟ କିମ୍ବା ଆନୁଷ୍ଠାନିକ କାମରେ ନିଜକୁ ସାମିଲ୍ କରିପାରନ୍ତି।
ଧନିଷ୍ଠା- ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବେ । ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮