ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୬.୪୮ ଗତେ କର୍କଟ,ତିଥି-୨ୟା ଦିବା ୧୦.୫୬ ଗତେ ୩ୟା,ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୪୮ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦିବା ୧୦.୫୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
ମଘା –ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ପୂ , ଫାଲଗୁନୀ - କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ ।
ଉ ,ଫାଲଗୁନୀ – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ ।ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କାର୍ୟ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି ।
ପ୍ରତିକାର – ମାଙ୍କଡକୁ କିଛି ଫଳ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧