ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୧ଶୀ ସନ୍ଧ୍ୟା ୦୬.୧୪ ଗତେ ୧୨ଶୀ, ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬.୧୪ ଗତେ ୨ ପାଦ -କୃଷି ଓ ପଶୁହାନି - ଭୂମି ଓ ଅନ୍ନଦାନ ରାତ୍ରି ୦୪.୦୬ ଗତେ ୩ ପାଦ
ମଘା - ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ । ଜାଗା, ଜମି ଗୃହପୋକରଣ କ୍ରୟ କରିବେ । ନୂତନ କର୍ମ ଆରମ୍ଭ କରିବାର ସୁଯୋଗ ପାଇବେ ।
ପୂ- ଫାଲ୍ଗୁନୀ- ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ରହିବ । ବିଦ୍ୟାରେ ଶୁଭ ଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ ।
ଉ- ଫାଲ୍ଗୁନୀ- ଉତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ରହିଛି । ପିଲାମାନଙ୍କ ସହିତ ଖୁସିଗପ କରିବାର ମଉକା ପାଇବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ ।
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧