ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୧ଶୀ ସନ୍ଧ୍ୟା ୦୬.୧୪ ଗତେ ୧୨ଶୀ, ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬.୧୪ ଗତେ ୨ ପାଦ -କୃଷି ଓ ପଶୁହାନି - ଭୂମି ଓ ଅନ୍ନଦାନ ରାତ୍ରି ୦୪.୦୬ ଗତେ ୩ ପାଦ
ଧନିଷ୍ଠା – ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ ।
ଶତଭିଷା – ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ପୂ , ଭାଦ୍ରପଦ – ଘରଭଡାକୁ କେନ୍ଦ୍ରକରି ସମସ୍ୟା ଦେଖା ଦେଇପାରେ । ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮