• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th July 2024: ଏହି ରାଶିର ବ୍ୟକ୍ତି ଆଜି ସଂଘର୍ଷ କରି ବିଜୟ ଲାଭ ପାଇବେ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର ।ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୯ମୀ ସନ୍ଧ୍ୟା ୦୭.୧୯ ଗତେ ୧୦ ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୨୮ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ

Pisces

ମୀନ

Monday 15 Jul 2024

ପୂ,ଭାଦ୍ରପଦ- ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ବଢି ବଢି ଯାଉଥିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ଆପଣ ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ।

ଉ,ଭାଦ୍ରପଦ- ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରି ପାରନ୍ତି। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୈାଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ।

ରେବତୀ- ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାରେ ସମର୍ଥ ହେବେ। ଭୁଲ୍ ବୁଝାମଣାରୁ ମାନସିକ ଅବସାଦ ଦେଖାଦେଇପାରେ।ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ ।

ପ୍ରତିକାର – ସୂର‌୍ୟ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :