ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ସୋମବାର ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୩୮ ଗତେ ମୀନ ତିଥି- ୫ମୀ ରାତ୍ରି ୦୨.୧୬ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୧୨.୩୮ ଗତେ ଧନୁ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୦୮.୦୭ ଗତେ ୧ ପାଦ କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୬.୧୦ ପର୍ଯ୍ୟନ୍ତ
ମୃଗଶିରା- ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଚିନ୍ତା ମୁକ୍ତ ରହିବେ ।
ଆଦ୍ରା- ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିବେ । ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।
ପୁନର୍ବସୁ- ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ରହିଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିପାରେ । ମହିଳା ମାନେ ସଜବାଜରେ ଦିନ କାଟିବେ ।
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫