• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2024: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ...

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ଚନ୍ଦ୍ର- ବିଛା ଦିବା ୧୨.୫୧ ଗତେ ଧନୁ ତିଥି- ୧୦ମୀ ଦିବା ୧୦.୨୭ ଗତେ ୧୧ଶୀ ଘାତଚନ୍ଦ୍ର- ଦିବା ୧୨.୫୧ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି ।

Scorpio

ବିଛା

Thursday 15 Aug 2024

ବିଶାଖା- ପାରିବାରିକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ବେପାର, ବାଣିଜ୍ୟ ତଥା ଆଇନ ଅଦାଲତରୁ ସୁଫଳ ପାଇବେ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ।

ଅନୁରାଧା- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର‌୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।

ଜ୍ୟୋଷ୍ଠା- ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ମହିଳା ମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ।

ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :