• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2024: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ...

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ଚନ୍ଦ୍ର- ବିଛା ଦିବା ୧୨.୫୧ ଗତେ ଧନୁ ତିଥି- ୧୦ମୀ ଦିବା ୧୦.୨୭ ଗତେ ୧୧ଶୀ ଘାତଚନ୍ଦ୍ର- ଦିବା ୧୨.୫୧ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି ।

Virgo

କନ୍ୟା

Thursday 15 Aug 2024

ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁ ମିଳନ, ଦୂରଯାତ୍ରା, ଶୁଭକାର‌୍ୟ୍ୟରେ ସହଯୋଗ କରିପାରନ୍ତି । କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ।

ହସ୍ତା- କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ।

ଚିତ୍ରା- ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନଚେତ୍ ହଜିଯିବା ସମ୍ଭାବନା ରହିଛି । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ।

ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :