• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th January 2023: ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିପାରେ, ବଡ଼ କମ୍ପାନୀରୁ ଚାକିରି ପାଇଁ ଡାକରା ଆସିପାରେ

ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି -  ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୪.୩୭ ପର୍ଯ୍ୟନ୍ତ। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Capricorn

ମକର

Friday 13 Jan 2023

ଉ , ଷାଢା - ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ସୁଧାର ଆସିବ ।  ପରିବାରରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ମନରେ ସରସ୍ୱତା ରହିବ ନାହିଁ । ଅବଶ୍ୟ ନିଜର କାର୍ଯ୍ୟ ଦକ୍ଷତା ହେତୁ ବନ୍ଧୁମାନଙ୍କ ଗହଣରେ ପ୍ରଂଶସିତ ହେବେ ।
ଶ୍ରବଣା – ରାଜନୀତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବ୍ୟବସାୟ , ପରିବହନ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଶିକ୍ଷାର୍ଥୀମାନଙ୍କୁ ଟିକେ କଷ୍ଟ କରିବା ପାଇଁ ପଡିପାରେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇ ପାରନ୍ତି ।
ଧନିଷ୍ଠା – ପିତାମାତାଙ୍କ ଓ ସହଯୋଗ ପାଇବେ । କୋର୍ଟଙ୍କ ଶୁଣାଣିରେ  ମନ ଆନନ୍ଦିତ ରହିବ । ଆତ୍ମୀୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଚାକିରିରେ ପ୍ରାଧାନ୍ୟ ମିଳିବ ଓ ପ୍ରଶଂସିତ ହେବେ ।

ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :